STORYMIRROR

Manoja Behera

Drama Classics Inspirational

4  

Manoja Behera

Drama Classics Inspirational

ପ୍ରଥମ ରକ୍ଷାବନ୍ଧନ

ପ୍ରଥମ ରକ୍ଷାବନ୍ଧନ

1 min
54

ପ୍ରଥମ ରକ୍ଷାବନ୍ଧନ

ଶାଢ଼ୀ କାନି ଚିରି ଦ୍ରୌପଦୀ ବାନ୍ଧିଲେ
ଭାଇ ଶ୍ରୀକୃଷ୍ଣଙ୍କ ହାତେ,
ସେହି ପବିତ୍ର ସ୍ନେହର ବନ୍ଧନ
ଅମର ହୋଇଲା ଜଗତେ।

ଶିଶୁପାଳ ବଧ ସମୟେ ଯେବେ
କୃଷ୍ଣଙ୍କ ହାତରୁ ରକ୍ତ ବହିଲା,
ଭାଇଙ୍କ କଷ୍ଟ ଦେଖି ଦ୍ରୌପଦୀ
ବ୍ୟାକୁଳ ହୋଇ ଦୁଃଖିତ ହେଲା।

ନିଜ ଶାଢ଼ୀର କାନିଟି ଚିରି
ବାନ୍ଧିଦେଲେ ଭାଇଙ୍କ ହାତେ,
ସେହି ପ୍ରେମର ପବିତ୍ର ପଟି
ବନ୍ଧିଗଲା ଭାଇ-ଭଉଣୀ ସାଥେ।

କୃଷ୍ଣ କହିଲେ— “ହେ ଭଗ୍ନୀ ମୋର,
ରହିବି ମୁଁ ଋଣୀ ତୁମ ପାଖେ,
ସଙ୍କଟ ଯେବେ ଆସିବ ତୁମର,
ଧାଇଁ ଆସିବି ଗୋଟିଏ ଡାକେ।”

ଦୁଃଶାସନ ଯେବେ କୁରୁସଭାରେ
କଲା ଦ୍ରୌପଦୀଙ୍କ ଅପମାନ,
କୃଷ୍ଣଙ୍କୁ ସ୍ମରି କାନ୍ଦିଲେ ଯାଜ୍ଞସେନୀ,
ରଖିବା ପାଇଁ ନିଜ ସମ୍ମାନ।

ଭଉଣୀର ଡାକ ଶୁଣି ଭାଇ
ରକ୍ଷା କଲେ ତା’ର ମାନ,
ସେହି ଅମର ପ୍ରେମ କାହାଣୀ
ଆଜି ବି ରଖେ ରକ୍ଷାବନ୍ଧନର ମାନ।

ଭାଇ-ଭଉଣୀର ପବିତ୍ର ସମ୍ପର୍କ
ସ୍ନେହରେ ହେଉ ଚିର ଅମ୍ଲାନ,
ପ୍ରେମ, ବିଶ୍ୱାସ ଓ ରକ୍ଷାର ପ୍ରତୀକ
ଏହି ପବିତ୍ର ରକ୍ଷାବନ୍ଧନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama