STORYMIRROR

Samar Ballav Bhoi

Tragedy Action Inspirational

3  

Samar Ballav Bhoi

Tragedy Action Inspirational

ମୋର ଗାଁ

ମୋର ଗାଁ

1 min
225


ମୋ ଗାଁ 

ନକ୍ସାରେ ତା’ର ଚେହେରା ବଦଳି ଯାଇଛି 

ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ 

ଙ୍କକ୍ରିଟ ରାସ୍ତା ତିଆରି ହୋଇଛି 

ଗାଁ ବାଲି ରାସ୍ତା ଙ୍କକ୍ରିଟ ଭାରା ସହୁଛି 

କାହଁକି ନା ଗାଁ ମୋର ବଦଳି ବଦଳି ଚାଲିଛି।

 ମୋ ଗାଁ ର

କୋଠା ବାଡି ସବୁ ବଢି ବଢି ଚାଲିଛି 

ଚାଳ ଛପର ,ଟାଇଲ୍ ଘର ଗାଁରୁ ଉଭେଇ ଯାଉଛି   

ଇନ୍ଦିରା ଆବାସ, ମୋ କୁଡିଆ ଯୋଜନା ରେ 

ଗାଁ ମୋର ଭିଡ ଭିଡ ଲାଗୁଛି 

କାହଁକି ନା ଗାଁ ମୋର ବଦଳି ବଦଳି ଯାଉଛି।।

ମୋର ଗାଁ 

ସ୍ନେହ ମମତା ବିଶ୍ୱାସ ତା’ର ନାଁଟି

ବୁଢା ଓ ବୁଢିଙ୍କର ବିଶ୍ୱାସ ଅତୁଟ ରହିଛି

ପୁଅ ଓ ବୋହୁ ଦୁହେଁ ବିଦେଶେ ଚାକିରି କରିଛି

ମୋବାଇଲ୍ ଫୋନରେ ବେଳେ ବେଳେ କଥା ହଉଛି

ସମୟ ନାହିଁ ବୋଲି କହି ରହୁଛି

ଧନ୍ୟ ସେହି ବୁଢା ଓ ବୁଢିଙ୍କର ସ୍ନେହ, ମମତା ,ବିଶ୍ୱାସ ସନ୍ତାନ ପାଖରେ ରହିଛି 

କିନ୍ତୁ ସନ୍ତାନ ମାନେ 

ସ୍ନେହ ବିଶ୍ୱାସ ରୁ ଦୁରେଇ ରୁହନ୍ତି

କାହଁକି ନା ଗାଁ ମୋର ବଦଳି ବଦଳି ଯାଉଛି।।

ମୋର ଗାଁ 

ବାଡି ବଗିଚା ଫୁଲ ଫଳରେ ଝଟକେ ମୋର ଗାଁ

ମଦର ନିଶା, ମାଂସର କଷା ଆହାର ତାଲିକା ସାଜିଛି

ଶାଗ,ନାଡି,ବଢିଚୁରା,ପଖାଳ ଭାତ ଆହାର ତାଲିକା ରୁ ଦୁରରେ ରହୁଛି

ସରକାରଙ୍କ ଟକିଂକିଆ ଚାଉଳ ଯୋଜନା ରେ

ସବୁଜ ଚାଷ କ୍ଷେତ ଆଜି ପଡିଆ ପଡୁଛି

ପରବ ପରବାଣି ଗଲାଣି ତ ହଜି

କଦବା କେମିତି ଅଳପ ପାଳିତ ହେଉଛି

କାହଁକି ନା ଗାଁ ମୋର ବଦଳି ବଦଳି ଯାଉଛି।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy