ମୋନାଲିସା
ମୋନାଲିସା


ମୋନାଲିସା
ମୋନାଲିସା ମୋନାଲିସା
ତୁମ ଆଖିରେ ଭରିଛି
ଏମିତି ମହୁଲି ନିଶା;
ସେଇ ନିଶା ପିଇ
ମତୁଆଲା ହେଇ
ମୁଁ ଯେ ଭୁଲିଗଲଣି ମୋ ଦିଶା।
ମୋନାଲିସା ମୋନାଲିସା
ତୁମ ଓଠ ତ କହୁଛି
ପ୍ରେମ ପ୍ରଣୟର ଭାଷା ;
ସେଇ ଭାଷା ଶୁଣି
ମନେ ମନେ ଗୁଣି
ହୃଦେ ଜାଗିଲାଣି ନୂଆ ଆଶା।
ମୋନାଲିସା ମୋନାଲିସା
ମୋତେ ପାଗଳ କରୁଛି
ତୁମ ମୁଖ ସରୁ ନାସା ;
ଆଖି ମିଟିକାରେ
ମୋର ଛାତି ଥରେ
ବିନା ମେଘରେ ଝରଇ ବର୍ଷା।
ମୋନାଲିସା ମୋନାଲିସା
ତୁମ ଗାଲ ଛୁଇଁଦେଲେ
ଗୋଲାପ ବି କରେ ଈର୍ଷା;
କପାଳ ଯେ ତୁମ
କରେ ମତିଭ୍ରମ
ମନେ ବାନ୍ଧିଅଛ ପ୍ରେମ ବସା।
ମୋନାଲିସା ମୋନାଲିସା
ତୁମ କୁନ୍ତଳ ପରଶେ
ଭୁଲିଯାଏ ରାଗରୁଷା ;
ତୁମ ରୂପକାନ୍ତି
ମନୋହର ଅତି
ନାହିଁ ସୌନ୍ଦର୍ଯ୍ୟର ପରିଭାଷା।
ସନ୍ତୋଷ କୁମାର ନାୟକ
ବିଷମ କଟକ
ଜିଲ୍ଲା - ରାୟଗଡା
ମୋବାଇଲ - ୮୨୪୯୪୯୯୫୧୨