STORYMIRROR

Srinibas Mahalik

Inspirational

2  

Srinibas Mahalik

Inspirational

ମୋନାଲିସା

ମୋନାଲିସା

1 min
13.2K


 ମୋନାଲିସା ଚିତ୍ର କାହିଁକି ପ୍ରସିଦ୍ଧ

  ମନରେ ସନ୍ଦେହ ମୋର

 ଗୁଗୁଲ୍ ୟୁଟୁବ୍ ଘାଣ୍ଟି ସାରିଲିଣି

  ତଥାପି ହେଉନି ଦୂର ।୧।

 ଲିଓନାଡ୍ ଦ ଭିନ୍ସି ଆଙ୍କି ଥିଲେ ଏହା

  ପାଞ୍ଚ ଶହ ବର୍ଷ ପୂର୍ବେ

 କାହାକୁ ଅଛପା ନାହିଁ ଏହି ଚିତ୍ର

  ବିଦିତ ଅଟନ୍ତି ସର୍ବେ ।୨।

 ଦାମୀ ଚିତ୍ର ଭାବେ ଗିନିଜ୍ ବହିରେ

  ପାଇଅଛି ଏହା ସ୍ଥାନ

 ପ୍ୟାରିସିର ଏକ ସଂଗ୍ରହାଳୟରେ

  ଅଛି ଏହା ବିଦ୍ୟମାନ ।୩।

 ଅନେକ ରହସ୍ୟ ଦ୍ବନ୍ଦାତ୍ମକ ପ୍ରଶ୍ନ

  ମୋନାଲିସା ଚିତ୍ର ନେଇ

 ଜାଣିଥିଲେ କିଛି ସରଳ ଭାଷାରେ

  ପାରିବେକି ଟିକେ କହି ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational