STORYMIRROR

Amulya Kumar Nayak

Abstract

4  

Amulya Kumar Nayak

Abstract

ମୋକ୍ଷ

ମୋକ୍ଷ

1 min
361


ମୋକ୍ଷ ପ୍ରାପ୍ତି ମୋର ନାହିଁ ମନେ ଆଶା

    ଭଲ ପାଇବାର ଛାଡିନି ମୋ ନିଶା

ଦୁନିଆ ଦାଣ୍ଡରେ ନହୁଏ ଲୋକହସା

     ଏଇଠି ଜନମ ଏଠି ମୃତ୍ଯୁ ବସା ।।


ଅନ୍ଯାୟ ଅନୀତି ନଲାଗୁରେ ମୋତେ

     ସତ କର୍ମ ମୋର ସଦା ରହୁ ଚିତ୍ତେ

ପ୍ରେମମୟ ଏହି ବିଭୁ ସଂସାରରେ

     ଥାଅ ଭଲପାଇ ସଦା ପ୍ରେମ ଚିତ୍ତେ ।।


ତମେ ଯଦି ଯିବ ଯାଅ ଦେବଲୋକ

    ମର୍ତ୍ତ୍ଯକୁ ଭାବେ ମୁଁ ବୈକୁଣ୍ଠ ଆଲୋକ

ପାରିବିନି ନିନ୍ଦି ପ୍ରଭୁ ତୁମ ସୃଷ୍ଟି

    ମୋକ୍ଷ ପାଇବାକୁ ଅଛି ମହୋଦଧି ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract