STORYMIRROR

Nibedita Panda

Inspirational

4  

Nibedita Panda

Inspirational

ମୋକ୍ଷ

ମୋକ୍ଷ

1 min
16

ଆସକ୍ତି ମଧ୍ୟରୁ ମୁକ୍ତିଲାଭ କଲେ

   ମିଳଇ ଜୀବନେ ମୋକ୍ଷ,

ଷଢରିପୁଙ୍କର ଉପରେ ଅଙ୍କୁଶ

   ଏକମାତ୍ର ମୋକ୍ଷ ପଥ।


ମାୟା ମୋହ ଠାରୁ ଦୂରେଇ ରହିଲେ

    ନିର୍ମୋହ ଜୀବନ ଜିଇଁ,

ଭଗବତ ପ୍ରେମେ ଧ୍ୟାନ ରଖିଥିଲେ

    ମୋକ୍ଷତା ପ୍ରାପ୍ତି ହୁଅଇ।


ମାନବ ସେବାକୁ ବ୍ରତ କରି ଦିଅ

    ଅନ୍ୟ ଓଠେ ଦିଅ ହସ,

ଜୀବନେ ଉନ୍ମୁକ୍ତ ମୋକ୍ଷତାର ପଥ

    ସୁଗମ ହେବ ଅବଶ୍ୟ।


ମାନବୀୟ କ୍ରିୟା କର୍ମ ମଧ୍ୟେ ମୋକ୍ଷ

    ରହିଥାଏ ଲୁକ୍କାୟିତ,

ଋଣଦାତାଙ୍କର ଋଣ ନ ଶୁଝିଲେ

    ଅନ୍ଧକାର ଭବିଷ୍ୟତ।


ମୋହ ଓ ମାୟାକୁ ପ୍ରେମେ ବଦଳାଅ

    ଅଶାନ୍ତି ଠାରୁ ପ୍ରଶାନ୍ତି,

ମୋକ୍ଷ ହେବ ନାହିଁ ଦୂରୁହ ବ୍ୟାପାର

    ହୋଇବ ମୋକ୍ଷତା ପ୍ରାପ୍ତି।


ମନ ମଞ୍ଜୁରୀରେ ଚେତନାର ପକ୍ଷୀ

   ଖୋଜୁଛି ମୋକ୍ଷର ମାର୍ଗ,

ଧ୍ୟାନ ଓ ଚିନ୍ତନ ଆଧ୍ୟାତ୍ମିକ ପଥେ

     ଜୀବନ କର ଉତ୍ସର୍ଗ।


ପଛଘୁଞ୍ଚା ଜମା ଦିଅ ନାହିଁ କେବେ

   ଦୁର୍ଲ୍ଲଭ ଜୀବନ ପାଇ,

ଦିବ୍ୟ ଜ୍ଞାନ ଅଛି ମାନବ ପାଖରେ

   ଅକାରଣେ ସାର ନାହିଁ।


ଅନେକ ଜନ୍ମର ତପସ୍ୟା ଫଳରେ

    ମିଳିଅଛି ଏହି ଜନ୍ମ,

କିଛି ପୁଣ୍ୟ ଅର୍ଜି ମୋକ୍ଷ ପଥେ ଚାଲ

    ଜୀବନ ହୋଇବ ଧନ୍ୟ।


ମନ ପ୍ରଶୀକ୍ଷଣ ସର୍ବଦା ଜରୁରୀ

   ରୁହ ବିବେକ ଅଧୀନେ,

ଈଶ୍ବରଙ୍କ କୃପା ଅବଶ୍ୟ ପାଇବ

    ମୋକ୍ଷ ମିଳିବ ଜୀବନେ।


ବୁଝିଗଲେ ଥରେ ଏ ଗୁଢ ରହସ୍ୟ

   ଆତ୍ମ ସଞ୍ଜମତା କଥା,

ଆତ୍ମା ଓ ପରତ୍ମା ମିଳନ ସମ୍ଭବ

   ସହଜ ପୁଣି ମୋକ୍ଷତା।


   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational