STORYMIRROR

Binodini Dash

Inspirational

4  

Binodini Dash

Inspirational

ମୋକ୍ଷ

ମୋକ୍ଷ

1 min
7


ଜନ୍ମ ମୃତ୍ୟୁ ଚକ୍ରୁ ଉଦ୍ଧାର ବା ମୁକ୍ତି

ବୋଲାଯାଏ ମୋକ୍ଷ ପଦ

ଦିଏ ମୋକ୍ଷଗତି ନିତ୍ୟ ସୁଖପ୍ରାପ୍ତି

କରାଇ ବିଭୁ ସାନିଧ୍ୟ ।


ମାୟାରେ ଯନ୍ତ୍ରିତ ସଂସାର ବନ୍ଧନ

ନଥାଏ ପରମଧାମେ

ସ୍ବୟଂ ଲୀଳାମୟ ସେଠି ବିରାଜିତ

ଭକ୍ତ ଥାଏ ତାଙ୍କ କର୍ମେ ।


ସେ ବୈକୁଣ୍ଠ ପୁରେ ପ୍ରଭୁ ନାରାୟଣ

ଲକ୍ଷ୍ମୀଙ୍କ ସଙ୍ଗତେ ବାସ

ଯେତେ ସେବାକାରୀ ପାରିଷଦବୃନ୍ଦ

ତାଙ୍କ ସେବାରେ ହରଷ ।


ସେ ଥାନରେ ଯେବେ ମନେ ଅହଂକାର

କେବେ କାହାକୁ ଛୁଅଁଇ

ଜନ୍ମ ଦେହୀ ରୂପେ ମରତ ଭୁବନେ

ସେଠୁ ଭୂପତିତ ହୋଇ ।


ଜୟ ଓ ବିଜୟ ଦୁଇ ଦ୍ବାଳପାଳ

ଥିଲେ ବଇକୁଣ୍ଠ ଧାମେ

ଏହି କାରଣରୁ ଜନମି ମରତେ

ମୋକ୍ଷ ଲାଭ ତିନି ଜନ୍ମେ ।


ଆମ ଇତିହାସ ବୁକୁକୁ ମଣ୍ଡଇ

ବୁଦ୍ଧଙ୍କର ମୋକ୍ଷପଥ

ସେ ମାର୍ଗରେ ଯିଏ ରଖିପାରେ ମତି

ମୋକ୍ଷକୁ ପ୍ରାପ୍ତ ନିଶ୍ଚିତ ।


ଷଡ଼ରିପୁ ବଶ ନହୋଇ ଯେ ଯୋଗୀ

ସେସବୁକୁ କରେ ବଶ

ଚିତ୍ତ ପ୍ରବୃତ୍ତିଟି ହୋଇ ସଂଶୋଧିତ

ନ ଛୁଇଁ ପାରେ କଳ୍ମଷ ।


ଶାସ୍ତ୍ରାନୁମୋଦିତ ବିହିତ କର୍ମରେ

ମନକୁ ଜଡ଼ାଇ ରଖି

ନବଧା ଭକ୍ତିରେ ତୋଷି ଭଗବାନ

ମୋକ୍ଷ ଲଭି ରୁହେ ସୁଖୀ ।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational