STORYMIRROR

Kali Kumar

Tragedy Inspirational

3  

Kali Kumar

Tragedy Inspirational

ମୋହଗ୍ରସ୍ତ ସରକାର

ମୋହଗ୍ରସ୍ତ ସରକାର

1 min
243

ଉଠନିଶି ପାହିଲା ଏଥର

ହେ ! ସରକାର,

ଉଠନିଶି ପାହିଲା ଏଥର ।

ଦରବାରେ ଜମନ୍ତି ଲୋକ

ଡାକ ଛାଡ଼େ ଭୋକ ଭୋକ

ସରକାର କାନେ କିମ୍ବା ପଡେନାହିଁ ତାଙ୍କ ଡାକ

ଜନତା ରକ୍ତ ପିଅନ୍ତୁ ହୋଇ ଜୋକ

ପେଟ ପାଇଁ ମାଆ ବିକୁଛି ଛୁଆକୁ ତା'ର

ସେକଥାକୁ ଅବା କି ଖାତର

ହେ ! ସରକାର,

ଉଠନିଶି ପାହିଲା ଏଥର ।

ବେକାରୀ ସମସ୍ୟା ଏଠି, ମାତୁଅଛି ଦିନରାତି

ଛାଡ଼ ଏବେ ପକେଟ ଗରମ ନିୟମ ନୀତି

ଛାଡ଼ି ଦିଅ ତୁମ୍ଭେ ପୁଣି ଆପଣା ସ୍ଵଜନେ ପ୍ରିୟାପ୍ରୀତି

ଅଙ୍କୁଶ ଲାଗୁ ଏବେ ବ୍ୟଭିଚାରେ, ହ୍ରାସ ପାଉ ଦୁର୍ନୀତି

ଜନ ହିତ ପାଇଁ ପକାଅ କୃପା ନଜର,

ହେ ! ସରକାର,

ଉଠନିଶି ପାହିଲା ଏଥର ।

ନାରୀ ସମ୍ମାନ, ସୁରକ୍ଷା ଆଉ କେତେ ଦୂର

ବଢ଼ିଚାଲେ ନାରୀ ପ୍ରତି ଅନ୍ୟାୟ ଅତ୍ୟାଚାର

ସବୁ ଦେଖି କାହିଁ ତୁମେ ଆଖିକୁ ଯେ, ଫେର

ହେ ! ସରକାର,

ଉଠନିଶି ପାହିଲା ଏଥର ।

ହୁ......ହୁ ବଢ଼ିଚାଲେ ପିଆଜର ଦର

ମୁଦ୍ରାସ୍ଫୀତି ପାଇଁ ସଭିଏଁ ଆତୁର

ଅର୍ଥନୀତି ହୋଇଲାଣି ଅତି ଗୁରୁତର

ମାନ୍ଦା ପଡ଼ିଲାଣି ସବୁରି ବେପାର

ଏମିତି ବିଷମ କାଳୁ ରକ୍ଷା କର

ହେ ! ସରକାର,

ଉଠନିଶି ପାହିଲା ଏଥର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy