STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ମୋହ

ମୋହ

1 min
235

ଯାହା ମୁଁ କହି ସାରିଛି

ସେ ଥିଲା ବୋଧେ ପ୍ରସ୍ତାବନା

ଯାହା କହି ନ ପାରିଛି

ସେ ବୋଧେ ମନର କଳ୍ପନା

ଆଉ ଯାହା କହି ବାକୁ

ବାକି ଅଛି,ସେ ସବୁ କେଉଁ 

ଅବଦମିତ ଆଶା,ନିରାଶାର

ବିଡ଼ମ୍ବିତ ଆଶ୍ୱାସନା

କହିଲେ ସେ ସବୁ ପ୍ରାୟତ

ହୋଇ ପାରେ କେଉଁ ଅଲିଭା,

ଅପାସୋରା କାହାଣୀର

ଶେଷ ହୀନ ପ୍ରବୋଧନା

ଆଉ ନ କହି ପାରିଲେ

ପ୍ରାୟ ସମସ୍ତେ କହିବେ

ଏ କେଉଁ କାହାଣୀ ନୁହେଁ

ନିଶ୍ଚିତ କେଉଁ ଏକ ପ୍ରବଞ୍ଚନା

ନିହାତି କେଉଁ ବିଳମ୍ବିତ

ଭାବନାର ସେ ଅପ୍ରତିଭ

ଅପ୍ରତିହତ ବିଡମ୍ବନା,ଆଉ 

ଅବାସ୍ତବ ପରିକଳ୍ପନାର

ଅତିଶୟ ମୋହାଚ୍ଛନ୍ନ ଅବା 

କେଉଁ ଅନିଶ୍ଚିତ,ବାଞ୍ଛନାର 

ନୀରବଛିନ୍ନ ବିବଶନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract