STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ମୋବାଇଲ୍ ହେଲା ଦରକାରୀ

ମୋବାଇଲ୍ ହେଲା ଦରକାରୀ

1 min
251

ମୋବାଇଲ୍ ହେଲା ଦରକାରୀ

ଜଣାଇ ଅଛନ୍ତି  ପ୍ରଧାନ ଶିକ୍ଷକ

  ବିଦ୍ୟାଳୟ ହେବ ଖୋଲା 

ଅନୁଷ୍ଠିତ ହେବ  ମାନକ ପରୀକ୍ଷା 

  ଉତ୍ତୀର୍ଣ୍ଣ ହୋଇବେ ପିଲା


ବରଷଟା ଯାକ କରୋନା କାରଣୁ

  ଶ୍ରେଣୀ ପାଠପଢ଼ା ବନ୍ଦ

ଘରେ ଥାଇ ପିଲେ ପଢୁଥିଲେ ପାଠ

  ଧରି ମୋବାଇଲ୍ ଫୋନ୍

ଯାହା ପାଇଁ ପିଲେ ରାତି ନପାହୁଣୁ

   ଶୁଣୁଥିଲେ ଖାଲି ଗାଳି

ତାହା ପୁଣି ଆଜି ଆସିଲା କାମରେ

  ହେଲା ଅତି ଦରକାରୀ


ମୋବାଇଲ୍ ଖୋଲି ଆଗ୍ରହ ସହିତ

   ପଠନ ନିଶା ବ୍ୟାକୁଳ

କହନ୍ତି କଥାରେ ନାହିଁ ମାମୁଁ ଠାରୁ

   କଣା ମାମୁଁ ଟିଏ ଭଲ

ଆସଇ କାମରେ ନୂତନ ପ୍ରଯୁକ୍ତି

   ହୋଇଲେ ସଦୁପଯୋଗ

ଆଳସ୍ୟ ଶୀକାର ହୋଇଲେନି ପିଲେ

   ବିଦ୍ୟାର୍ଜନେ ହେଲେ ମଗ୍ନ


ମହାମାରୀ ବେଳେ ମହାଶିକ୍ଷା ଦେଲା

   ସଞ୍ଚାର ସେବା ମାଧ୍ୟମ

ଅବୋଧ ବାଳକେ ସୁଲଭ ପ୍ରାପତ

   ସଙ୍କେତ ଅଟେ ଉତ୍ତମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational