STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମୋ ସୁନା ଧନ

ମୋ ସୁନା ଧନ

1 min
196

ସୁନା ହରିଣୀ ରାଜନନ୍ଦିନୀ

ମନ ମୋ ନେଲୁ କିଣି

ମୋ ସୁନା ଧନ କହିଯା ଧନ

କେବେ ମୋ ହେବୁ ରାଣୀ


ମନପକ୍ଷୀ ମୋ ଗାଏ ହରଷେ

ପ୍ରେମଋତୁର ଗୀତ

ହୃଦୟ ମୋର ଝୁରେ ଲୋ ତୋତେ

କେବେ ହେବୁ ମୋ ମିତ


ତୋ ନାଲି ଓଠେ ସରଗ ମୋର

ତୋ ହସେ ମୋ ଟିକି ଦୁନିଆ

ରହିଛି ଚାହିଁ ମୋ ଦୁଇ ଆଖି

କେବେ ହେବୁ ମୋ ସୁନା କନିଆଁ


ଜହ୍ନରୁ ଆଣି ଦେବି ଜୋଛନା

ଫୁଲର ବାସନା ଦେବି

ଦେଉଛି କଥା ମରିବା ଯାଏ

ତୋତେ ଭଲ ମୁଁ ପାଉଥିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract