STORYMIRROR

Dr.Omm Prasad Pradhan

Inspirational

4  

Dr.Omm Prasad Pradhan

Inspirational

ମୋ ସଂସ୍କୃତି

ମୋ ସଂସ୍କୃତି

1 min
112

 


ମୋ ସଂସ୍କୃତି ବିଶ୍ୱେ ବିଖ୍ୟାତ 

ଭାରତ ମୋର ଦେଶ 

ଓଡିଶା କୋଳେ ବଢୁଛି ମୁହିଁ 

ଭାରି ଭଲ ମୋ ବେଶ 


ସକଳ ନାରୀ ପିନ୍ଧନ୍ତି ଶାଢ଼ୀ

ପୁରୁଷ ପିନ୍ଧେ ଧୋତି

ଷୋଳ ଶୃଙ୍ଗାର କରେ ମୋ ପ୍ରଭୁ 

କାଳିଆ ସୁନା ହାତୀ 


ପଖାଳ ମୋର ଭାରି ବଢିଆ 

 ରାଇଜ ସାରା ଜଣା

ପାନ ବରଜ ,ଝୁଣା ଓ ମହୁ

ଅତି ରେ ଜଣା ଶୁଣା 


ବାର ମାସ ରେ ତେର ପରବ 

ପାଳନ୍ତି ଓଡ଼ିଆଣି 

ବିଶ୍ୱେ ବିଖ୍ୟାତ ରଥ ଯାତରା 

ମନକୁ ନିଏ କିଣି 


ନୟାଗଡ଼ ମୋ ପୋଡ଼ ପ୍ରସିଦ୍ଧ

ବିଶ୍ୱ ବିଖ୍ୟାତ ସେହି 

ଥରେ ଖାଇଲେ ମନ ଲୋଭାଏ 

ଆଉ ଥରକୁ ଆସି 


ଓଡ଼ିଆ ମୋର ରାଇଜ ଭାଇ 

ଓଡ଼ିଆ ନାମେ ଜାଣ

କ୍ଷେତ ରେ ରହି ଯୋଗାଏ ଭାତ

ଖଟେ ମୁଁ ନିତି କ୍ଷଣ


ପାହାଡ଼ ଘେରା ଜଙ୍ଗଲ ମୟ

ଏଇ ମୋ ଦେଶ ସାରା 

ପ୍ରକୃତି କୋଳେ ବଢୁଛୁ ଆମେ

ହୋଇ ରଙ୍କୁଣୀ ଵାଳା


ଜାତି ଜାତିକା ଫୁଲ ଓ ଫଳ 

ହୁଏ ମୋ ଦେଶ ସାରା

ମୋ ରାଇଜେ ଅଭାବ ନାହିଁ 

ପରିପୂର୍ଣ୍ଣ ମୋ ଧରା


ସାରା ଜଗତ ମୋ ପରିବାର 

ଏଇଆ ମାନି ଚଳେ 

ଧରମ ଏକା ମହତ ପଣ 

ସାରା ଜଗତ ଜାଣେ ।।



Rate this content
Log in

Similar oriya poem from Inspirational