STORYMIRROR

ସନାତନ ଦାସ

Tragedy

3  

ସନାତନ ଦାସ

Tragedy

ମୋ ସଂଘର୍ଷ

ମୋ ସଂଘର୍ଷ

1 min
295

ଆଜି ବି ମୁଁ କରୁଛି ସଂଘର୍ଷ,

ପୃଥିବୀର ଅନ୍ଧ ଗଳିରେ

ପାଇବାକୁ ସୁଖ ଟିକିଏ

ମୋର ଅସୁମାରୀ ଦୁଃଖ ବଦଳରେ...।।


ଆଜି ବି ମୁଁ କରୁଛି ସଂଘର୍ଷ,

ପାଇବାକୁ ନିରୁତା ହସ ଟିକେ,

ଲୁହର ଦୁଇ ଧାର ବଦଳରେ...।।  


ଆଜି ବି ମୁଁ  କରୁଛି ସଂଘର୍ଷ

ଦୁନିଆର ଅଣାନିଶ୍ୱାସି ଭିଡ଼ରେ,

ପାଇବାକୁ ମୋର ନିଜସ୍ବ ପରିଚୟ,

ନିଜକୁ ପ୍ରମାଣିତ କରିବାକୁ....।।


ଆଜି ବି ମୁଁ କରୁଛି ସଂଘର୍ଷ,

ଆଶାର ଟିକେ ଝଲକ୍ ଦେଖିବାକୁ

ନିରାଶାର ଧୂମ୍ର କୁଣ୍ଡଳୀ ଭିତରେ,

ଖଣ୍ଡିଏ ମହମ ବତି ହୋଇ...।


ଆଜି ବି ମୁଁ କରୁଛି ସଂଘର୍ଷ,

କରି ଚାଲିବି ଆଜୀବନ,

କାହାର ପ୍ରତୀକ୍ଷାରେ

ଅନ୍ତହିନ, ଅସୀମ ଆଉ 

ଅସମିଚିନ ହୋଇ,....।।


କିନ୍ତୁ ଜାଣିନି ମୁଁ କେତେ କାଳ 

କରିବି ଅପେକ୍ଷା,

ମୋ ଆଗରେ ସଂଘର୍ଷ କୁ

ଚିରଦିନ ପାଇଁ

 ଶବ ରୂପେ ଦେଖିବାକୁ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy