STORYMIRROR

BULU BEHERA

Abstract Drama Children

3  

BULU BEHERA

Abstract Drama Children

ମୋ' ଶୀତ ମାଉସୀ

ମୋ' ଶୀତ ମାଉସୀ

1 min
294


ମୋର ଛଅ ଗୋଟି  

ମାଉସୀ ଭିତରେ,

ସବୁଠାରୁ  ଭଲଲାଗେ

ମୋତେ ଗୋଟିଏ ମାଉସୀ l


ସବୁଠାରୁ  ବଡ  ଆଉ  ରାଗି

ହେଲା ମୋ ' ଗ୍ରୀଷ୍ମ ମାଉସୀ

ତା' ଠାରୁ  ଭଲ  ଲାଗେ ଟିକିଏ

ମୋର  ବରଷା  ମାଉସୀ ।


ବରଷା  ମାଉସୀ  ଠାରୁ  

ବେଶୀ  ଆପଣାର  ଲାଗେ

ମୋର  ଶରତ  ମାଉସୀ ।


ଶରତ  ମାଉସୀ ଠାରୁ ମୋତେ

ବେଶୀ ଗେଲ  କରି ଥାଏ'

ମୋର  ହେମନ୍ତ ମାଉସୀ ।


ଏହି  ମାଉସୀ  ଠାରୁ  ମୋତେ ବେଶୀ

ସେନେହ ଓ ଆଦର  କରିଥାଏ'

ଆଉ  କୁତୁକୁତୁ  କରି  ଥରାଇଦିଏ

ତାହାରି କୋଳରେ  ଶୁଆଇଦିଏ ।


ତଥାପି  ଏହି  ମାଉସୀର  ମଜା

ଆଉ  ଗମାତିଆ  କଥା ଟିକେ ନିଆରା 

ମୋତେ ସବୁଠାରୁ  ବେଶୀ  ଭଲ ଲାଗେ,

ମୁଁ  ମଧ୍ୟ  ତାକୁ  ଗେଲରେ  କହେ ।


ଶୀତ  ମାଉସୀ, ଶୀତ  ମାଉସୀ

ମୁଁ ତୁମକୁ  ବେଶୀ  ଭଲ  ପାଉଛି

ଆଉ  ମୋର  ସୁନା ନାକୀ 

ନାକ  କାନ୍ଦୁରୀ , ଫୁଲେଇ ।


ଗେଲ୍ହେଇ, ଲାଜେଇ ହେଉଛି  

ସବୁଠାରୁ  ସାନ  ଆଉ  ଅଭିମାନୀ 

ମୋର  ବସନ୍ତ  ମାଉସୀ l



Rate this content
Log in

Similar oriya poem from Abstract