Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jambeswar Dalai

Inspirational

4  

Jambeswar Dalai

Inspirational

ମୋ ସ୍ବପ୍ନର ବିଦ୍ୟାଳୟ

ମୋ ସ୍ବପ୍ନର ବିଦ୍ୟାଳୟ

1 min
585



ସତ୍ୟ ଅହିଂସାର ସଙ୍ଗମସ୍ଥଳ

ଦଣ୍ଡାୟମାନ ନିରାପଦ ଶ୍ରେଣୀ କକ୍ଷ, ପ୍ରାଚୀର;

କାନ୍ଥରେ କଳାପଟା, ନୀତିବାଣୀ

ମହାପୁରୁଷଙ୍କ ଫଟୋଚିତ୍ର

ସମତୁଲ ଚଟାଣରେ ଖଡିରେ ଆଙ୍କିବାର ପ୍ରୟାସ

ମୁକ୍ତ ବିଶୁଦ୍ଧ ବାୟୁର ପ୍ରବେଶ ନିମନ୍ତେ

ଥିବ ବଡବଡ ଝରକା ଓ କବାଟ.......

       ସେ ମୋ ସ୍ବପ୍ନର ବିଦ୍ୟାଳୟ ।


ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା

ସ୍ବଚ୍ଛ ପରିମଳ ସଙ୍ଗେ ସୁସ୍ଥ ପରିବେଶ

ବେଶ୍ ଆକର୍ଷଣୀୟ, ଅବର୍ଣ୍ଣନୀୟ

ମଧୂପର ମଧୁ ସଂଗ୍ରହ

ନାନା ରଙ୍ଗର କୁସୁମ କଳିକାରୁ;

ଥିବ ପ୍ରଶସ୍ତ ଖେଳପଡିଆ, ପରିବା, ଫଳ ବଗିଚା

ଧାଡି ଧାଡି ରଙ୍ଗ ବେରଙ୍ଗର ଗଛଲତା.....

        ସେ ମୋ ସ୍ବପ୍ନର ବିଦ୍ୟାଳୟ ।


ଜାତୀୟ ଦିବସରେ ତ୍ରିରଙ୍ଗା ଫରଫର

ମହାପୁରୁଷଙ୍କ ଜୟନ୍ତୀରେ ଆଲୋଚନା ଚକ୍ର

ଯୋଗ ପ୍ରାଣାୟମର ସଙ୍ଗମସ୍ଥଳ

ସାଂସ୍କୃତିକ ଓ କ୍ରୀଡ଼ା ପାଇଁ ପ୍ରଯ୍ୟାପ୍ତ ସୁଯୋଗ

ମାନସିକ ଓ ଶାରୀରିକ ଦକ୍ଷତାର ପ୍ରମାଣ

ସୃଜନଶୀଳ ଲିଖନ, ବକ୍ତୃତା, ସଂସ୍କୃତି ଓ

 କଳା ପ୍ରଦର୍ଶନର ଉପଯୁକ୍ତ ସ୍ଥାନ........

       ସେ ମୋ ସ୍ବପ୍ନର ବିଦ୍ୟାଳୟ ।


ଈଶ୍ୱର ଭକ୍ତି ଓ ସମର୍ପଣର ପ୍ରାର୍ଥନା ସଭା

ଦେଶ ବିଦେଶର ଖବର ସାଙ୍ଗକୁ ନୀତିବାଣୀ

ମଧ୍ୟାନ୍ନ ଭୋଜନର ପଞ୍ଚ ନୀୟମର ପାଳନ

ହାତଧୂଆର ଅଭ୍ୟାସ କରଣ

ଏକତା ଓ ଶୃଙ୍ଖଳାରେ ଭୋଜନ ମନ୍ତ୍ର ଆବୃତ୍ତି

ନିଆରା ସେ ଅଭୁଲା ଓ ମନୋରମ ସ୍ମୃତି

ନଳକୂପରେ ଥାଳି ଧୋଇବାରେ

ଥିବ ସେଠି ପ୍ରତିଯୋଗିତା..........

       ସେ ମୋ ସ୍ବପ୍ନର ବିଦ୍ୟାଳୟ ।


ଗୁରୁ ଶିଷ୍ୟ ମଧ୍ୟରେ ଅତୁଟ ବିଶ୍ବାସ

ଶ୍ରେଣୀ କକ୍ଷରେ ପଢାଇବାର ନିଶା

ଶିକ୍ଷଣ ଶିକ୍ଷାଦାନରେ ଥିବ ସହଯୋଗ ଓ ସହଭାଗିତା

ପ୍ରଶ୍ନ ଉତ୍ତରରେ କକ୍ଷରେ କୋଳାହଳ

ଭାବପୂର୍ଣ୍ଣ ଭାବବିନିମୟ ମହତ୍ତ୍ୱପୂର୍ଣ୍ଣ

ହେଉଥିବ ବ୍ୟବସ୍ଥିତ ପରୀକ୍ଷା ଓ

 ତ୍ରୁଟିଶୂନ୍ୟ ମୂଲ୍ୟାୟନ ..........

        ସେ ମୋ ସ୍ବପ୍ନର ବିଦ୍ୟାଳୟ ।


ଗୋଷ୍ଠୀ ଓ ଅଭିଭାବକଙ୍କ ସହ ଉତ୍ତମ

ବୁଝାମଣା ଓ ସହଭାଗିତା 

ଦଣ୍ଡମୁକ୍ତ ପରିବେଶ

ନଥିବ ଭୟର ବାତାବରଣ

ନଥିବ ଘୃଣା, କାପୁଣ୍ୟତା, ପକ୍ଷପାତିତା

ଥିବ କେବଳ ଭକ୍ତି, ସମର୍ପଣ, ସ୍ନେହ, ଶ୍ରଦ୍ଧା,  

ଭଲପାଇବା, ଧର୍ମନିରପେକ୍ଷତା ସମସ୍ତଙ୍କ ମଧ୍ୟରେ ......

     ସେ ମୋ ସ୍ବପ୍ନର ବିଦ୍ୟାଳୟ ।


    


Rate this content
Log in

Similar oriya poem from Inspirational