STORYMIRROR

Maheswar sahoo

Classics

3  

Maheswar sahoo

Classics

ମୋ ସାଥି ପ୍ରମୋଦ

ମୋ ସାଥି ପ୍ରମୋଦ

1 min
377

ଜନ୍ମଦିନ ପାଇଁ,   ହଜାରେ ପ୍ରାଥନା,

    ଈଶ୍ୱର ନିକଟେ ମୋର

ଆହେ ଜଗନ୍ନାଥ,   ଜଗତର ନାଥ,

   ପ୍ରମୋଦକୁ ମିଳୁ ଆମୋଦ

ଜନ୍ମ ଦିନ ଆସେ,  ଆୟୁଷ ବଢ଼ାଇ,

    ଭରିଦିଏ ଆଶା କେତେ

ସଂସାର ଜଞ୍ଜାଳ,  ରହିଥାଏ ସାଥେ,

   ସୁଖ ଦୁଃଖ ଭିଜା ଯେତେ

ଦିବାକର ଦ୍ୟନ୍ତି,  ଦିବାଲୋକ ସିନା,

     ନିଜ କର୍ମ ଦିଏ ଦାନା

ସାଥି ସହୋଦର,  ଆତ୍ମୀୟ ଉଦର,

    ସହାୟକ ହ୍ୱନ୍ତି ସିନା

ଜୀବନ ପଥରେ, ବନ୍ଧୁ ହୋଇ ଆମେ,

   ସୁଖେ ଦୁଃଖେ ରହି ଥାଉ

ଆମେ ଭୁଲିବୁନି,  ତୁମେ ଭୁଲ ନାହିଁ,

    ହସି ହସି ଯିବ ଯାଉ

ପଇସାରେ ବଡ଼,  ତୁମେ ହେଇପାର,

    ହୋଇ ପାର ଧନୀ ମାନି

ପିଲା ଦିନ ସାଥି,   ସଦା ଆପଣାର,

    ଶେଷ ସ୍ୱାସ୍ ବି ଭୁଲେନି

ଭାଇରେ ପ୍ରମୋଦ ଲେଖିଦେଲି ପଦେ,

    ତୁମ ଜନ୍ମ ଦିନ ପାଇଁ

ପର କରିବୁନି,    ଖିସିରେ ପଢିବୁ,

     ଉତ୍ତରକୁ ଅଛି ଚାହିଁ

ଆଜି ଯିବ ଅଛି,   କାଲିକୁ ସନ୍ଦେହ,

     ସମ୍ପର୍କ ଯୁଗ ଯୁଗର

ତୁମ ଚଲା ପଥ,   ହେଉ କୁସୁମିତ,

    ଏତିକି ପ୍ରାଥନା ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics