STORYMIRROR

Shashanka sekhar Ray

Classics

2  

Shashanka sekhar Ray

Classics

ମୋ ସାଙ୍ଗ

ମୋ ସାଙ୍ଗ

1 min
250

ଆଖିର ଧାର ଧାର ଲୁହକୁ ପୋଛି

ଯିଏ ବଞ୍ଚିବାର ରାହା ଦେଖାଏ

ଅନାବିଳ ପ୍ରେମର ଫୁଲ ବିଛାଇଦିଏ

ମୋ କଣ୍ଟକିତ ଚଲାପଥରେ

ଭଲ ପାଏ ନିବିଡ ଭାବେ

ପାଦେ ମୋର କଣ୍ଟା ଫୁଟିଗଲେ

ଆହା ଶବ୍ଦ ବାହାରିଆସେ

କି ରାତି କି ଦିନ

ସଦା ଜାଗ୍ରତ ମୋ ପାଖେ


ଦୁଃଖ ସବୁ ବାଣ୍ଟିଦିଏ ଅନାୟସରେ

ତୁଳା ପରି ହାଲୁକା ହୋଇଯାଏ ମନ

ଦୂର ଦିଗବଳୟେ ଆଶାର ସୂରୁଜ ଦିଶେ

ଚିନ୍ତା ଅବଶୋଷର କାଳିମା ହଟିଯାଏ

ଘେରିଥିବା କୁହୁଡି ପରି ମୋ ଚାରିପାଖେ


କେଉଁ ବିଧାତା ଗଢିଛି ଆମ ସମ୍ପର୍କ

କୃଷ୍ଣ ସୁଦାମ ପରି ନିବିଡ ପ୍ରେମେ

ଧନ ଆତ୍ମଗର୍ବ ଲୋଭ ଇର୍ଷା ହିଂସା

ଛୁଇଁନାହିଁ କେବେ ପରସ୍ପର ମନେ

ପ୍ରାଣ ବଦଳେ ପ୍ରାଣ ଦେବାକୁ

ସଦା ପ୍ରସ୍ତୁତ ଅକୁଣ୍ଠ ଚିତ୍ତେ

କେହି କାହାକୁ ଦିନେ ନ ଦେଖିଲେ

ସବୁ କିଛିଲାଗେ ଅନ୍ଧକାର

କେହି କେବେ ପାରିବେନି ଭୁଲି

ଜୀବନଟା ଥିବାଯାଏଁ ଏ ପୃଥିବୀରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics