ମୋ ସାଙ୍ଗ
ମୋ ସାଙ୍ଗ
ଆଖିର ଧାର ଧାର ଲୁହକୁ ପୋଛି
ଯିଏ ବଞ୍ଚିବାର ରାହା ଦେଖାଏ
ଅନାବିଳ ପ୍ରେମର ଫୁଲ ବିଛାଇଦିଏ
ମୋ କଣ୍ଟକିତ ଚଲାପଥରେ
ଭଲ ପାଏ ନିବିଡ ଭାବେ
ପାଦେ ମୋର କଣ୍ଟା ଫୁଟିଗଲେ
ଆହା ଶବ୍ଦ ବାହାରିଆସେ
କି ରାତି କି ଦିନ
ସଦା ଜାଗ୍ରତ ମୋ ପାଖେ
ଦୁଃଖ ସବୁ ବାଣ୍ଟିଦିଏ ଅନାୟସରେ
ତୁଳା ପରି ହାଲୁକା ହୋଇଯାଏ ମନ
ଦୂର ଦିଗବଳୟେ ଆଶାର ସୂରୁଜ ଦିଶେ
ଚିନ୍ତା ଅବଶୋଷର କାଳିମା ହଟିଯାଏ
ଘେରିଥିବା କୁହୁଡି ପରି ମୋ ଚାରିପାଖେ
କେଉଁ ବିଧାତା ଗଢିଛି ଆମ ସମ୍ପର୍କ
କୃଷ୍ଣ ସୁଦାମ ପରି ନିବିଡ ପ୍ରେମେ
ଧନ ଆତ୍ମଗର୍ବ ଲୋଭ ଇର୍ଷା ହିଂସା
ଛୁଇଁନାହିଁ କେବେ ପରସ୍ପର ମନେ
ପ୍ରାଣ ବଦଳେ ପ୍ରାଣ ଦେବାକୁ
ସଦା ପ୍ରସ୍ତୁତ ଅକୁଣ୍ଠ ଚିତ୍ତେ
କେହି କାହାକୁ ଦିନେ ନ ଦେଖିଲେ
ସବୁ କିଛିଲାଗେ ଅନ୍ଧକାର
କେହି କେବେ ପାରିବେନି ଭୁଲି
ଜୀବନଟା ଥିବାଯାଏଁ ଏ ପୃଥିବୀରେ
