STORYMIRROR

Kalyani Nanda

Abstract

2  

Kalyani Nanda

Abstract

ମୋ ସାଂଗ, ମୋ ବହି

ମୋ ସାଂଗ, ମୋ ବହି

1 min
411


ଜୀବନ ର ପ୍ରତିଟି ମୁହୁର୍ତ୍ତ ରେ ,

ଖୋଜେ ମୁଁ କେତେ ତୋତେ ,

ମୋ ସଖା, ମୋ ପ୍ରିୟ ବନ୍ଧୁ ତୁ ଯେ,

ଥାଉ ସଦା ମୋର ପାଶେ ପାଶେ

ମୋ କାହାଣୀ, ମୋ କଥା, ବ୍ଯଥା ,

ପ୍ରତିବିମ୍ବିତ ତୋ ପ୍ରତିଟି ପୃଷ୍ଠା ରେ ,

ହସର, ଲୁହର, ସୁଖର, ଦୁଃଖ ର,

ବହି ମୋ ସାଂଗ , ଜାଣୁ ମୋ ଅନ୍ତର କଥା ,

ପ୍ରତି ଟି ଲେଖା ରେ ପାରେ ମୁଁ ଦେଖି ସାରା ଦୁନିଆଁ

କହେ ସବୁ ଲେଖା ଯୋଖା ତୋ ପ୍ରତି ଟି ଅକ୍ଷର,

ଘଟଣା, ଦୁର୍ଘଟଣା, ସମସ୍ଯା, ସମାଧାନ

କିଛି ସମୟ ପାଇଁ ଭୁଲିଯାଏ , ହଜି ଯାଇପାରେ,

ଯେବେ ତୋ କଥା, କାହାଣୀ ରେ ,

ମୋ ପ୍ରତିଛବି, ମୋ ଯନ୍ତ୍ରଣା ପ୍ରତିଭାତ ହୁଏ ,

ନିଜ କୁ ନିଜେ ଦେଖେ, ବହି ତୋ ପ୍ରତିଟି ବର୍ଣନା ରେ ,

ମନ ମୋର ହଜି ଯାଏ, ଭୁଲିଯାଏ ନିଜକୁ ନିଜେ , " ବହି "

ମୋ ସାଥି ତୁ ଯେବେ ଥାଉ ମୋର ପାଖେ ପାଖେ



Rate this content
Log in

Similar oriya poem from Abstract