ମୋ ସାଧା କାଗଜ
ମୋ ସାଧା କାଗଜ
କାଗଜର ଛାତି ରେ
ମନ କଥା ଲେଖେ ମୁଁ
ଓଠ ତ ସବୁ କଥା କହି ପାରେ ନାହିଁ,
ବେଳେବେଳେ ଭୁଲି ଯାଇଥିବା ସ୍ମୃତି କୁ ସାଉଁଟି ଦିଏ
ହେଲେ କାହାକୁ ଜଣାଏ ନାହିଁ,
ଇଚ୍ଛା ହୁଏ ନିଜ ଲୁହ ର
ଦୁଃଖ କୁ କାହା ଆଗରେ ବାଣ୍ଟିଦେବା ପାଇଁ
ହେଲେ ସେଇ ସାଧା କାଗଜ ଛଡା
ମୁଁ ନିଜର କାହାକୁ ପାଇଲି ନାହିଁ,
କଲମର କାଳି ଚୁପ୍ ରହି
ଜୀବନର କାହାଣୀ ରେ
ନୂଆ ନୂଆ ଚରିତ୍ର ଖୋଜେ କାହିଁ,
ମୁଁ ଆଉ ମୋ ଭାବନା ଚେଷ୍ଟା କରେ
କାଗଜରେ ରଙ୍ଗୀନ ସହର ବସେଇବା ପାଇଁ !
