STORYMIRROR

PRADEEP KUMAR NAIK

Tragedy

3  

PRADEEP KUMAR NAIK

Tragedy

ମୋ ପ୍ରଶ୍ନ

ମୋ ପ୍ରଶ୍ନ

1 min
184

ନିଜକୁ ଖୋଜିବି ନା ଇଶ୍ୱରଙ୍କୁ

ଦ୍ଵନ୍ଦରେ ମୋ ମନର ଭାବନା 

ସବୁ କିଛି ଥାଇ ଶୂନ୍ୟତାକୁ ପାଏ

ହେଲେ ଉତ୍ତର ଏ ପ୍ରଶ୍ନର ପାଏନା 

ମୁଁ ସେଇ ପ୍ରଶ୍ନବାଚକ ଚିହ୍ନ 

ଯାହା କେବଳ ପ୍ରଶ୍ନର ଜଟିଳତାକୁ ବୁଝେ 

ଜୀବନକୁ ଆଜି ଜିଇଁ କି ଦେଖିଲି 

କାଲି ସ୍ୱପ୍ନ ପରି ମୋତେ ଲାଗେ 

ସମୟର ବାଟରେ ମୁଁ ଚାଲିଗଲି 

ହେଲେ ମୋ ପ୍ରଶ୍ନ ସେଇ ପ୍ରଶ୍ନ ହେଇ ରହି ଯାଏ 

ଉତ୍ତର କାହା ପାଖରେ ଅଛି ଜାଣେନା 

କିନ୍ତୁ ନୀରବ ରହି ନୀରବତାକୁ 

ମୁଁ ହିଁ ପ୍ରଶ୍ନ କରୁଥାଏ ।


Rate this content
Log in

Similar oriya poem from Tragedy