ଶ୍ରୀ କ୍ଷେତ୍ରେ ଶ୍ରୀ ଜଗନ୍ନାଥ
ଶ୍ରୀ କ୍ଷେତ୍ରେ ଶ୍ରୀ ଜଗନ୍ନାଥ
1 min
9
ମିଛ ଦୁନିଆଁରେ ଗୋଟିଏ ସତ
ମୋ ପ୍ରିୟ ଜଗନ୍ନାଥ
ତମେ ଭକ୍ତ ବାତ୍ସଲ୍ୟ ତମେ ସ୍ନେହର କାଙ୍ଗାଳ
ହେ ପ୍ରଭୁ ତମେ ସକଳ ତୀର୍ଥ
ତମେ ଚରଣେ ସମର୍ପିତ ଏ ଜୀବନ ରଥ !
ତମେ ହରି ନିଅ ଦୁଃଖ କ୍ଲେଶ ଆଉ ମନର କ୍ଲାନ୍ତ
ତମେ ବିଶ୍ଵ ବିଧାତା
ତମେ ଅନିର୍ଦ୍ଧିଷ୍ଟ ଅନିୟମିତତାର ପ୍ରାନ୍ତ
ହେ ଜଗନ୍ନାଥ
ତମେ ନୀଳାଚଳ ଶ୍ରୀକ୍ଷେତ୍ର ଧାମର
ତମେ ପୂର୍ଣ୍ଣ ଅପାରଗତ ଏ କଳି ଯୁଗର
ତମେ କୋଟି କୋଟି ଭକ୍ତ ଙ୍କ ହୃଦୟର ଭାବ
ତମେ ପାଇଁ ସଂସାର ପ୍ରେମ ମୟ ସାଗର !
