STORYMIRROR

PRABINA KU, KHADANGA

Romance Fantasy

4  

PRABINA KU, KHADANGA

Romance Fantasy

ମୋ ସ୍ୱପ୍ନରେ ଆସନି

ମୋ ସ୍ୱପ୍ନରେ ଆସନି

1 min
332

ଯେବେ ସ୍ବପ୍ନକୁ ନିଜର କରି ବସିଲି

କହିଗଲି ସବୁ ଅବ୍ୟକ୍ତ କଥା

ଭାରି ଅଭିମାନ କରି ନିଦ କଟି ପକେଇଲା 

ହେଉ ନାହିଁ ମୋ ସହ କଥା ।

କେତେ କରି ତାକୁ ବୁଝାଇ କହିଲି

ତଥାପି ରାଗ ତାର ନାକ ଅଗେ

କଥା ହେଲେ କିଛି ମୁହଁ ବୁଲେଇ ଦେଉଛି

ଭାରି ମୋତେ ଦେଖି ରାଗେ ।

ସ୍ବପ୍ନକୁ କହିଲି ନିଦରେ ଆସନି ଜମାରୁ

ରାତି କରୁଛି ଅଭିମାନ

ସ୍ବପ୍ନ ଉପହାସ କରି କହୁଅଛି ମୋତେ

ହେବ ତୋର ବିଚଳିତ ମନ ।

ପୁଣି କହେ ହସି ତୁମ ପ୍ରେମିକା ମାନସୀ

ଅପେକ୍ଷା କରିବ ମୋ ପାଖେ

ତୁମେ କୁହ କେମିତି ତୁମ ପାଖ ଛାଡ଼ିଦେବି

ପ୍ରେମକୁ ତୁମର ମୁଁ ଦେଖେ ।

ବାଧ୍ୟ ହୋଇ ପୁଣି କହେ ମୁଁ ବୁଝେଇ

ଆହେ ମୋର ପ୍ରିୟତମା

ମୋ ସ୍ୱପ୍ନରେ ଆସନି ମୋଟେ ନିତିଦିନ

ନିଦ ମୋ ସହ କଟି ପକେଇ କରିଛି ମନା ।


Rate this content
Log in

Similar oriya poem from Romance