STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ମୋ ପୁଅ

ମୋ ପୁଅ

1 min
217


ମୋ ପୁଅ ପରି କେ ନାହିଁ ଏ ଜଗତେ

ଗୁଣ ଜ୍ଞାନେ ସମକକ୍ଷ

କଥାବାର୍ତ୍ତା ତାର ଶୁଦ୍ଧ ସୁମଧୁର

ହୃଦୟର ପ୍ରାଣ ବୃକ୍ଷ ll


ଦେଖିଦେଲେ ହସ ମେଣ୍ଟିଯାଏ ଶୋଷ

ଗର୍ବରେ ଫୁଲଇ ଛାତି

ସ୍ନେହ ମମତାରେ ଦୃଢ଼ ବିଶ୍ୱାସରେ

ଲାଳନ ପାଳନେ ମାତି ll


ଟଙ୍କା ପଇସାରେ  ଖାଦ୍ୟ ପୋଷାକରେ

ଅଭାବ ରଖିନି ତାର

ଯାହା ସେ କୁହଇ ତାହା ମୁଁ କରଇ

ଦେଖିବା ପାଇଁ ହସର ll


ଭାବେ ମୁଁ ଚିନ୍ତାରେ ବଡ ହେଲା ପରେ

ଭଲ ପିଲା ହେବ ବୋଲି

ସେବାଯେ ମୋତେରେ କରିବ ଭକ୍ତିରେ

ପାରୁନି କୋହ ସମ୍ଭାଳି ll


ଅତି ସ୍ନେହ ମୋର ପାଇ ସେ ବେକାର

ନିଶା ପଶା ଖେଳେ ମନ

ମିଛ ସତ କହେ ମନ ମୋର ମୋହେ

ଭାବନା ମୋ ଅକାରଣ ll


ମାନ ସନମାନ ଦାଣ୍ଡରେ ନିଲାମ

ପିଲା ଟା ବିଗିଡି ଗଲା

ଭବିଷ୍ୟ ତାହାର ହେଲା ଅନ୍ଧକାର

ମର୍ମାହତ ମୋତେ କଲା ll


ବେକାର ହୋଇଲା ବିବାହ କରିଲା

ପ୍ରେମେ ମତୁଆଲା ହେଲା

ମାଡ଼ ଗାଳି ଦେଲା ସମ୍ପତ୍ତି ବିକିଲା

ସଂସାର ଉଜାଡି ଦେଲା ll


କଷ୍ଟେ ଉପାର୍ଜିତ ଧନ ବାରବାଦ

ଜରାଶ୍ରମେ ମୋର ବାସ

କରୁଛି ବିଚାର ଭୁଲଯେ ମୋହର

ଅତିସ୍ନେହ ସର୍ବନାଶ ll


ଅନୁଶାସନରେ  ସାମାନ୍ୟ ଦଣ୍ଡରେ

ଗଢ଼ିଥିଲେ ତାକୁ ଜାଣ

ପିତୃ ମାତୃ ଭାବ ଭାତୃତ୍ୱ ସ୍ଵଭାଵ

ଶିଖିଥାନ୍ତା ସନମାନ ll


ଶାସନର ଡୋର ଧରି କରେ କର

ପ୍ରେମ ସ୍ନେହ ସନ୍ତାନକୁ

ନ ହେଲେ ଭୋଗିବ ଯନ୍ତ୍ରଣା ପାଇବ

ଅପନିନ୍ଦା କପାଳକୁ ll



Rate this content
Log in

Similar oriya poem from Inspirational