STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ମୋ ପ୍ରଥମ ଲେଖା ଓ ପ୍ରେରଣା

ମୋ ପ୍ରଥମ ଲେଖା ଓ ପ୍ରେରଣା

1 min
427


ପ୍ରଥମେ ଭାବିଲି ଲେଖିବି କବିତା

ଭାବିଲି ଲେଖିବି ବୋଲି

ଲେଖୁ ଲେଖୁ ସେତ ଲେଖି ହୋଇଗଲା

ଲେଖୁ ଲେଖୁ ଲେଖିଦେଲି

ଜଗତର ସାଇଁ କାଳିଆ ଗୋସାଇଁ

ନାମେ ମୁଁ ରଚନା କଲି , ପ୍ରଥମେ ଭାବିଲି ଲେଖିବି କବିତା ।।


ଯୁଗ ବାର୍ତ୍ତା ଏକ ପତ୍ରିକା ସେବେଳେ

ରଘୁନାଥ ମିଶ୍ରଙ୍କର

ରାଉର କେଲାରେ ଲୋକପ୍ରିୟ ଥିଲା

ସେଥିରେ ହେଲା ବାହାର

ଯୋଗସିଦ୍ଧ ରୁଷି ପ୍ରତିମ ପଣ୍ଡିତେ

ଦିଗ୍ ଦର୍ଶକ ମହାବଳି, ପ୍ରଥମେ ଭାବିଲି ଲେଖିବି କବିତା  ।।


ପିଲାଦିନୁ ଜେଜେ ମାରକଣ୍ଡ ମିଶ୍ର

କବି, କବିରାଜ ପଣେ

ଖଣ୍ଡମଣ୍ଡଳରେ ଜଣାଶୁଣା ତାଙ୍କ

ସାନିଧ୍ୟ ଲଭିଛି କ୍ଷଣେ

ସେହି ଆକର୍ଷଣେ ବାଗ୍ଦେବୀ ମନନେ

କବିତା ମୋ ଅର୍ଘ୍ୟ ଥାଳି, ପ୍ରଥମେ ଭାବିଲି ଲେଖିବି କବିତା ।।


ନଥିଲି ମୁଁ କବି ନଥିଲା ମୋ ଜ୍ଞାନ

କଲମ ମୁନରେ କିଏ

ଲେଖିଲା ବେଳରେ ଲେଖି ଦେଉଅଛି

କୂଳ କିନରା ନପାଏ

ସାରଦା ପଦ ପଙ୍କଜ ରଜ ମୋର

ମଥାର ତିଳକା ବଳି, ପ୍ରଥମେ ଭାବିଲି ଲେଖିବି କବିତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational