STORYMIRROR

Ramesh takri

Classics Inspirational Others

4  

Ramesh takri

Classics Inspirational Others

ମୋ ପରିବଶ ମୋ ପାଇଁ ସ୍ବର୍ଗ

ମୋ ପରିବଶ ମୋ ପାଇଁ ସ୍ବର୍ଗ

1 min
223

ସ୍ବଛତା ରଖିବା     ନିରୋଗ ରହିବା

     ଦେଖିବା ନୂଆ ସପନ

କରିବା ପ୍ରୟାସ     ସୁସ୍ଥ ପରିବେଶ

     ହେବ ସରଗ ସମାନ ।୦।


ଗଛର ସୁରକ୍ଷା     ଏ ଜୀବନ ରକ୍ଷା

     ବୃକ୍ଷ ନ କାଟିବା କେହି

ଜଙ୍ଗଲ ବଢ଼ିଲେ     ଅମ୍ଳଜାନ ମିଳେ

     ବର୍ଷା ହୁଏ ଏଥିପାଇଁ


ଫୁଲ,ଫଳ,ଛାଇ    ଐଷଧ ମିଳଇ

     ନୀରୋଗ ରହେ ଜୀବନ ।୧।


ବାୟୁ ପ୍ରଦୁଷଣ     ହୁଏ ନିତି ଦିନ

     ଅନେକ କାରଣ ନେଇ

ମୃତ ପ୍ରାଣୀ ପାଶେ     ପଚା ଗନ୍ଧ ଆସେ

      ବାୟୁ ଦୂଷିତ ହୁଅଇ


ବିଶୁଦ୍ଧ ପବନ     ଶାନ୍ତ ରଖେ ମନ

    ହେବା ନିଜେ ସଚେତନ ।୨।


ବିଶୁଦ୍ଧ ଜଳର.    କଲେ ବ୍ଯବହାର

     ଭଲ ରହେ ଦେହମନ

ଜଳ ହିଁ ଜୀବନ     ଅମୃତ ସମାନ

     ଏ ଜଳ କରନ୍ତି ପାନ 


ଜଳ ପ୍ରଦୁଷଣ     ରୋଗର କାରଣ

     ସର୍ବେ ହେବା ସାବଧାନ ।୩।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics