STORYMIRROR

ମହାଗାଲୁଆ ସନୁ

Inspirational

3  

ମହାଗାଲୁଆ ସନୁ

Inspirational

ମୋ ପରିବେଶ

ମୋ ପରିବେଶ

1 min
13.7K


ଦୁର୍ବିସହ, ବିଷର୍ଣ୍ଣ ବିପଦପୂର୍ଣ୍ଣ ଲାଗେ ବାତାବରଣ,

ପରିବେଶ କବଳିତ ଏବେ ଅପମିଶ,

ଦୁର୍ବା ଖଣ୍ଡିଏ ଦୁର୍ଲଭ ଏବେ,

ରାଜପ୍ରାସାଦ ଗଢି ଉଠିଲାଣି ଯେବେ ,

ଅନେକ ରୋଗ ରେ କାତର ମଣିଷ,

ଜହର ପିଉଛି ଭାବିକି ପୀୟୂଷ,

ଜଳ କଥା ଛାଡ ଚୁଟି ଏଠି ଅଭାବ ହେଲାଣି,

୧୧୨ ବର୍ଷ ରୁ ୬୫ ବର୍ଷ ରେ ଜୀବନ ଗଲାଣି,

ଘଞ୍ଚ ବନାନୀ ରେ ମୋଟର ଗାଡି ଗଡୁଛି,

ବନ କି ବନ ଖାଲି ମୁଣ୍ଡିଆ ମୁଣ୍ଡିଆ ଦିଶୁଛି,

କୋଠା ପୋଲ ପାଇଁ ନଈ ବାଲି ନିଅଣ୍ଟ,

ମାଫିଆ ବାଲି ଚୋରିବକରି ଦେଖାଏ ଆଣ୍ଟ,

କୋଶ ରେ କୋଶ ରେ ପାଣିପାଗ ବଦଳୁଛି,

ଶ୍ରାବଣେ ଆକାଶୁ ଅଗ୍ନି ବରଷା ହଉଛି,

ବୈଶାଖେ ବଜ୍ରପାତରେ ପ୍ରାଣଟି ଉଡି ଯାଉଛି,

ହେମନ୍ତ ବସନ୍ତ ସ୍ୱପ୍ନ ପରାଏ ଉଭେଇ ଯାଇଛି,

ଖାଦ୍ୟ ଅଭାବେ ମରୁଥିଲେ ପୂର୍ବରେ

ଏବେ ମରୁଛନ୍ତି ସବୁ ପାଖରେ ଥାଇ ,

ସେଟଲାଇଟ ରେ ଅନନ୍ତ ବିଦାରି ଦେଇଛି,

ନୁଆଁ ନୁଆଁ ରୋଗ ଆବିଷ୍କାର କରୁଛେ,

ନିଘଞ୍ଚ ଅରଣ୍ୟ ଗୋଚାରଣ ଏବେ ପାଲଟିଛି,

ଗୋଚର ନୁହେଁ କୋଠା ପାଇଁ ଲଢେଇ ଚାଲିଛି,

ହିଂସ୍ର ଜନ୍ତୁ ମାରି ଦେଇ ହିଂସ୍ର ଆମେ ହେଲୁଣୁ,

ପର୍ଯ୍ୟାବରଣକୁ ବାଘ ପ୍ରାୟେ ଗ୍ରାସ କଲୁଣୁ,

ବେଳ ଥାଉ ଥାଉ ସୁଧୁରି ଯାଅ ହେ ମଣିଷ,

ଅସମ୍ଭବ ନୁହେଁ ମେଘରୁ ଦିନେ ବରଷି ଯିବ କୁଳିଶ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational