STORYMIRROR

Priya Alka

Romance

2  

Priya Alka

Romance

ମୋ ପ୍ରେମର ପରିଭାଷା

ମୋ ପ୍ରେମର ପରିଭାଷା

1 min
241


ଦୁଇ ଦୁଇଟି ଅଙ୍କ ର ମିଳନେ ମିଳିଥାଏ ପରା ଚାରି

ତଥାପି କାହିଁକି କେଜାଣି ପାରେନା ସେ ସ୍ବାଦ ବାରି।

ଆଖିରେ ଆଖି ମିଶିଲେ ହୁଏ ଯଦି ପ୍ରେମ

ନ ଦେଖି ତୁମକୁ ଭଲପାଇବା ଟା ତାହା କ'ଣ ମୋର ଭ୍ରମ?

ମଧୁର ସୁରରେ ଖୋଲା ହୃଦୟରେ ଚୋରି କଲ ମୋର ମନ

ଶୂନ୍ୟତାର ଏହି ଜହଲ ଭିତରୁ ପାଇଲି ନୂଆ ଜୀବନ।

ଲାଞ୍ଛନାରୁ ଟାଣି ମରକତ ମଣି ସଜେଇଛ ତୁମେ ସାଥୀ

କେମିତି କହିବି ପ୍ରାଣ ଠୁ ଅଧିକ ତୁମକୁ କରୁଛି ପ୍ରୀତି।

ଅଢ଼େଇ ଅକ୍ଷର ପ୍ରେମର ଧାରଣା ଜାଣେନା ପ୍ରେମର ନିଶା

ନ ଖୋଲି ଓଠ ମୁଁ ଯାହା ବି କହିଛି ବୁଝିଛ ଅକୁହା ଭାଷା।

ତୁମ କୁ ପାଇ ମୁଁ ପାଇ ଯେ ଯାଇଛି ପ୍ରେମର ନୂଆ ଅର୍ଥ

ପୂଜିବାକୁ ଚାହେଁ ପଦଦ୍ବୟ ତୁମ କରିବି ପ୍ରେମର ବ୍ରତ।

ତୁମରି ପ୍ରେମ କୁ ଜଣାଇବା ପାଇଁ ପ୍ରେମର ଏ ନୂଆ ରାସ୍ତା

ନିଃସ୍ବାର୍ଥ ପ୍ରେମ ମୋ ଢାଳିଦେବା ପାଇଁ ଲେଖିଯାଉଛି କବିତା।

କହିବି କହିବି ଭାବୁଛି ହେଲେ ମୁଁ କହି ନାହିଁ ଆଜି ଯାଏ

କୋଟିଏ ବାକ୍ଯ ରୁ ଗୋଟିଏ ବାଛିଛି ତୁମକୁ ମୁଁ ଭଲପାଏ।

ଚାହୁଁ ଛି ତୁମକୁ ଚାହିଁ ବି ତୁମକୁ ହେଉ ପଛେ ସେ ମୋ ଭ୍ରମ

ଲିଭିବା ଯାଏ ଏ ଜୀବନ ଦୀପ ମୋ ତୁମକୁ କରିବି ପ୍ରେମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance