STORYMIRROR

Sunanda Mohanty

Abstract Action Children

3  

Sunanda Mohanty

Abstract Action Children

ମୋ ପ୍ରେମ ଏମିତି କିଛି

ମୋ ପ୍ରେମ ଏମିତି କିଛି

1 min
130

ଜୀବନ ପୃଷ୍ଠାରୁ କିଛି

କହିବି ବୋଲି ଭାବିଛି

ଯେବେ ସାହାର୍ହ୍ନରେ

ସୂର୍ଯ୍ୟ ମାଆ କୋଳେ

ଫେରିବେ ଫେରିବେ ଲାଗୁଛି

ଭାବିଥିଲି ସୂର୍ଯ୍ୟଙ୍କ ପରି ହେବି

ଯେହେତୁ ମଙ୍ଗଳ ଉଚ୍ଚସ୍ଥ ଅଛି

ହେଲେ ସାଙ୍ଗ ଟିଏ ନା ଏଯାଏଁ ପାଇଛି

ନା ମତେ କିଏ ମିତଣୀ ଭାବିଛି

ମୋ ସହ ଏମିତି

ହୁଏ କାହିଁ ସେମିତି

କେତେ ମୁଁ ଭାବିଛି

ମଣିଷ ଗୋଟିକୁ ପ୍ରକୃତି ଗୋଟେ

କିଏ କାହା ଗୁଣ ବା ଛାଡ଼ିଛି

ତଥାପି ମୁଁ ଭଲରେ ଅଛି

ମୋ ଆତ୍ମସମ୍ମାନ ଏଵେ ବି ବଞ୍ଚିଛି

ମୋ ପରି ମଣିଷଟେ ତଥାପି ଖୋଜୁଛି

ମାଟି ତଳୁ ପାଦ ଖସିବା ସମୟ

ଯଦିଓ ପାଖେଇ ଆସୁଛି

ମୋ ଠାକୁର ମୋ ଅସ୍ତିତ୍ୱ

ମୋ ଚାରିପଟ ପୃଥିବୀରେ

ଯେତେ ଯାହା ଘଟୁଛି

ତା ଭିତରୁ ସାର ସାଉଁଟି

ମୁଁ ଲେଖୁଛି ଆଉ ଲେଖିଚାଲିଥିବି

ଯେ ଯାଏଁ ବଞ୍ଚିଛି

କଲମ ଓ ଫର୍ଦ୍ଧେ କାଗଜ ମିଶ୍ରଣ ରେ

ମୋ ନାଆ ମୁହିଁ ବାହୁଛି

ଭଗବାନଙ୍କ ଅପାର କରୁଣାରୁ

ଭଲ ବଛା ସାଥିଟିଏ ବି ପାଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract