ମୋ ପିତା ମାତା
ମୋ ପିତା ମାତା
ପିତା ମୋ ଧର୍ମ
ପିତା ମୋ ସ୍ବର୍ଗ
ପିତା ମୋ ଜୀବନ ତପ
ପିତା ମୋ ଗତି
ପିତା ମୋ ମୁକ୍ତି
ପିତା ପାଦେ ମୋର ଚିତ୍ତ।
ମାତା ମୋହର
ଅତି ନିଜର
ତା ପରି କେହି ରେ ନାହିଁ
କୋଳ ତାହାର
ସରଗ ମୋର
ମାଆ ପାଇଁ ଧନ୍ୟ ମୁହିଁ।
ମୋ ପିତା ମାତା
ମୋର ଦେବତା
ତାଙ୍କରି ପାଦ ସେବା
ଜୀବନସାରା
କରିବି ମୁହିଁ
ନ ଥିବ କିଛି ଚିନ୍ତା।
ପିତା ମାତା ଙ୍କ
ଆଶୀଷ ପରା
ଥିଲେ ମୋ ମଥା ପରେ
ରୋଗ ଓ ଶୋକ
ଦୂରେଇ ଯାଏ
ବଇରୀ ଯାଏ ଦୂରେ।
ଯାହା ପାଇଛି
ଆଜି ରେ ମୁହିଁ
ସବୁ ତାଙ୍କରି ପାଇଁ
ମୋ ପିତା ମାତା
ଋଣ କୁ କେବେ
ସୁଝି ପାରିବି ନାହିଁ।
ପିତା ମାତା ଙ୍କ
ପାଇଁ ଦିନଟି
ଜୁନ୍ ଏକ ତାରିଖ
ହୋଇଛି ଧାର୍ଯ୍ୟ
ସୁନ୍ଦର କାର୍ଯ୍ୟ
ଏ କଥା ମନେ ରଖ।
କଥାରେ ଖାଲି
କହିବା ନାହିଁ
କର୍ଯ୍ୟେ କରି ଦେଖାଇବା
ଶୁ ପୁତ୍ର ହୋଇ
ଦୁନିଆ ଦାଣ୍ଡେ
ଛାତି ଫୁଲାଇ ଚାଲିବା।
