STORYMIRROR

Dipti lekha Mishra

Abstract Children Stories

3  

Dipti lekha Mishra

Abstract Children Stories

ମୋ ପିଲେ

ମୋ ପିଲେ

1 min
149

ଆସରେ ପିଲାଏ ଆସ

ଚୌକି ପକାଇ ବସ

ଖାଇବା ଆମେ ଜଳଖିଆ

ହାତ ଧୋଇ ବସ ॥


ମୁଁ ତୁମର ଦିଦି

ତୁମେ ମୋର ପିଲେ

ଭାରୀ ଭଲ ଲାଗେ

ତୁମେ ହସିଦେଲେ ॥


ଆସ ଆମେ ଖେଳିବା

ଧୀରେ ଧୀରେ ନାଚିବା

ଠୋ ଠୋ ହସିବା

ସଭିଙ୍କୁ ପୁଣି ହସାଈବା ॥


ହାତଧୂଆ ଶିଖିବା

ଗୀତନାଚ ଶିଖିବା

ଥିରି ଥିରି ଝୂଲିବା

ଆକାଶକୁ ଛୁଇଁବା ॥


ଆସରେ ପିଲେ ଆସ

ମୋ ପାଖରେ ବସ

ଗପ କହିବି ଶୁଣିବ

ସଭିଙ୍କୁ କରିବ ବଶ ।


ନୂଆ ପୋଷାକ ପିନ୍ଧିବା

ପ୍ରଭୂଙ୍କୁ ପ୍ରାର୍ଥନା କରିବା

ସଭିଙ୍କ ମଙ୍ଗଳ ଚିନ୍ତି

ଯିଏ ଯାହା ଘର ଫେରିବା ॥


Rate this content
Log in

Similar oriya poem from Abstract