STORYMIRROR

KSHIRADRI SAHU

Children

3  

KSHIRADRI SAHU

Children

ମୋ ପିଲାଦିନ

ମୋ ପିଲାଦିନ

1 min
205

କେତେ ସ୍ମୃତିଭରା ସେଇ ପିଲାଦିନ

   ମନେପଡ଼ିଯାଏ ବିତିଗଲା ଦିନ


ନିଆରା ଅନୁଭୂତିର ଅଭୁଲା ସ୍ମୃତି

   କି ସୁନ୍ଦର ସତେ ଆନନ୍ଦପ୍ରୀତି


ଖୋଜୁଛି ଆଜିବି ଅତୀତର ଖୁସି

  ମିଳି କି ପାରିବ ଚାହିଁଲେ ବି ବସି


ଯେତେ ବୁଝାଇଲେ ବି ବୁଝୁନି ଏ ମନ

 ବାରମ୍ବାର ଖୋଜୁଛି ସେ ପିଲାଦିନ


କେମିତି ଭୁଲିବି ହୃଦୟର ସ୍ମୁୃତିକି 

  ଅଭୁଲା ସ୍ମୃତି ସେ ଅଦ୍ଭୁତ ପ୍ରୀତି


ଆସିଯାଆନ୍ତା କି ଥରେ ସେଇ ଦିନ

  ଉଲ୍ଲସିତ ହୁଅନ୍ତା ଏ ଅତୃପ୍ତ ମନ


ଅପେକ୍ଷାରେ ଅଛି ଅପେକ୍ଷାରେ ଥିବି

  ଫେରିପାଇବାକୁ ଅତୀତର ଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children