ମୋ ପିଲାଦିନ
ମୋ ପିଲାଦିନ
କେତେ ସ୍ମୃତିଭରା ସେଇ ପିଲାଦିନ
ମନେପଡ଼ିଯାଏ ବିତିଗଲା ଦିନ
ନିଆରା ଅନୁଭୂତିର ଅଭୁଲା ସ୍ମୃତି
କି ସୁନ୍ଦର ସତେ ଆନନ୍ଦପ୍ରୀତି
ଖୋଜୁଛି ଆଜିବି ଅତୀତର ଖୁସି
ମିଳି କି ପାରିବ ଚାହିଁଲେ ବି ବସି
ଯେତେ ବୁଝାଇଲେ ବି ବୁଝୁନି ଏ ମନ
ବାରମ୍ବାର ଖୋଜୁଛି ସେ ପିଲାଦିନ
କେମିତି ଭୁଲିବି ହୃଦୟର ସ୍ମୁୃତିକି
ଅଭୁଲା ସ୍ମୃତି ସେ ଅଦ୍ଭୁତ ପ୍ରୀତି
ଆସିଯାଆନ୍ତା କି ଥରେ ସେଇ ଦିନ
ଉଲ୍ଲସିତ ହୁଅନ୍ତା ଏ ଅତୃପ୍ତ ମନ
ଅପେକ୍ଷାରେ ଅଛି ଅପେକ୍ଷାରେ ଥିବି
ଫେରିପାଇବାକୁ ଅତୀତର ଦିନ
