STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ମୋ ଓଡିଶା

ମୋ ଓଡିଶା

1 min
161

ଆମେ ଓଡିଆ ଭାରି ବଢିଆ

ବଢିଆ ଆମ ଢଙ୍ଗ,

ଭୁଲି ଯିବାନି ଓଡିଶା ମାଟି

ଦେଖି ବିଦେଶୀ ରଙ୍ଗ

କେଡେ ମଧୁର ଭାଷା ଆମର 

ସଭିଙ୍କୁ ଆଣେ ଟାଣି,

ଓଡିଆ ଭାଷା ମହତ୍ କେତେ 

ରଖି ଥିବୁଟି ଜାଣି

ଶସ୍ଯ ଶ୍ୟାମଳା ଦିଶେ ସୁଜଳା 

ତା ଦେହେ ବୃକ୍ଷ ରାଜି

କେଡେ ସୁନ୍ଦର ଫୁଲ ଓ ଫଳ 

ଆମରି ହିତେ ସାଜି

ଆମ ସଂସ୍କୃତି କେଡେ ସୁନ୍ଦର 

ନମିଳେ କାହିଁ କେବେ 

ଖୁଦୁରୁକୁଣୀ ବଉଳବେଣୀ 

ଦୋଳ ଆସଇ ଯେବେ

ମାଟି ଚନ୍ଦନ ଦେହରେ ଲାଗି 

ଖେଳାଏ ଶିହରଣ 

ଏ ମାଟି ମାଆ ଆମରି ସାହା

କରହେ ଜାଗରଣ

ଏ ମାଟି ପୁଅ ଜୟୀ ବକସି 

ଲକ୍ଷ୍ମଣ ପୁଣି ବାଜି

ହସି ହସିକା ସହିଦ୍ ହେଲେ

ସତ୍ୟ ବାଣୀରେ ହଜି     

ଏ ମାଟି ଗାଏ ବୀରତ୍ୱ ଗାଥା 

ଉଚ୍ଚ କରି ତା ମଥା 

ଓଡିଶା,ଉଡ୍ର,ଉତ୍କଳ ନାମେ 

ବିଖ୍ୟାତ ଏହି କଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract