STORYMIRROR

Kalandi pal

Inspirational

3  

Kalandi pal

Inspirational

ମୋ ମନ ମନ୍ଦିରେ ମୋ କଳାଠାକୁର

ମୋ ମନ ମନ୍ଦିରେ ମୋ କଳାଠାକୁର

1 min
249


ମୋ ମନ ମନ୍ଦିରେ ମୋ କଳା ଠାକୁର

     ଖୋଜିବି କାହିଁକି କେଉଁଠି.

ମୋ ମନ ଦୁଆର ଖୋଲି ମୁଁ ପ୍ରଭୁଙ୍କୁ

     ଦର୍ଶନ କରିବି ଏଇଠି.

ମୁହିଁ, ଘରେ ଜାଳି ଦୀପ ବଇଠି. l0l


ଆଖି ନ ଦେଖିଲେ ନ ଦେଖୁ ପଛକେ

     ମନରେ ତା ଛବି ଆଙ୍କିବି.

ପ୍ରତି ପ୍ରାଣେ ସିଏ ପ୍ରାଣ ରୂପେ ଥାଏ

     ସଭିଙ୍କୁ ଈଶ୍ୱର ମଣିବି.

ହଜିଯିବି ମୁହିଁ ମଜିଯିବି  ମୁହିଁ

     ଭାବରେ ଭାବରେ ତାଙ୍କଠି. l1l


ପଡୁ ପଛେ ତାଲା ମନ୍ଦିର ଦୁଆର

     ସବୁଠି ତାଙ୍କୁମୁଁ ଦେଖୁଛି.

ସେହି ଭାବ ଧରି ମନ ଦୃଢ କରି

     ପ୍ରତିକ୍ଷଣେ ତାଙ୍କୁ ଚିନ୍ତୁଛି.

ତା ଭକ୍ତି ପ୍ରେମରେ ମଜି ହଜିଗଲେ

     ଦର୍ଶନ ମିଳଇ ସବୁଠି.l2l


କୁରୁସଭା ତଳେ ଗଜ ଡାକ ବେଳେ

     ଭକତେ ଵିପଦୁ ଉଦ୍ଧାରି.

ଥିଲେ ସେ ଖମ୍ବରେ ପ୍ରହ୍ଲାଦ ଉଦ୍ଧାରେ

     ହିରଣ୍ୟକ ବୁକୁ ଚିରି.

ମୁଁ ଯଦି ହୋଇବି ତାଙ୍କ ସମ ଭକ୍ତ

     ଦର୍ଶନ ମିଳିବ ଏଇଠି. l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational