STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ମୋ ମନ ଆକାଶ ତାରା

ମୋ ମନ ଆକାଶ ତାରା

1 min
2.8K

ପଦ୍ମ ପାଖୁଡା ରଙ୍ଗରେ ସତେ

      କେତେ ତୋରା ଦିଶ ବନ୍ଧୁ

ଦର୍ପଣ ସମ କାନ୍ତି ବିଭାସେ

                ଅନ୍ଧାର ଆକାଶେ ଇନ୍ଦୁ


କୁଞ୍ଚିତ ଚୁର୍ଣ କୁନ୍ତଳ ନୀଳ

         ସାଗର ଲହରୀ ମାଳା

ଜହ୍ନ ତ ନୁହେଁ ତହୁଁ ବଳି ତୁମେ

            ଚନ୍ଦ୍ରରେ ଅଛି କଳା


        ଭୁରୁଲତା ସତେ ବାସବ କାର୍ମୁକ

               କଳା କଳା ମୀନ ନେତ୍ରୀ

ଜବା କୁସୁମ କି ଓଷ୍ଠ ଯୁଗଳ

       ହୀରକ କି ଦନ୍ତ ପଂକ୍ତି

 

ନାସା ତିଳପୁଷ୍ପ ଭାଷା ବୀଣାଜିଣା

    ମଧୁର ମଧୁର ଅତି

ଅହିଭୁଜ ସମ ଗ୍ରୀବା କି ସୁଷମ

 ସୁନ୍ଦରୀ ପ୍ରୀୟବତୀ


ପୀନ ପୟୋଧର ଯୁଗଳ ସୁନ୍ଦର

     ଆଖି ଯାଏ ତାରେ ଲାଖି

ପଦ୍ମ ମୃଣାଳ ବାହୁ ବଲ୍ଲରୀ

      ଲବଣୀ ପିତୁଳା ସଖୀ


ଓଲଟ ରମ୍ଭା ଜଘନା ପ୍ରେମମୟୀ

      ମୁକୁତା ଝରା ତା ହସ

କୃଶୋଦରୀ ଦେବ ଦୁର୍ଲ୍ଲଭ ପ୍ରତିମା

      କ୍ଷଣକେ କରେ ସେ ବଶ


ଗଜ ଗମନୀ ର କ୍ଷୀଣ କଟି ମାନୀ

   ଅନିନ୍ଦ୍ୟ ରୂପସୀ ବାଳା

ପରୀ ରାଇଜର ରାଜ ଜେମା “ମନ

   ଆକାଶର” ଧ୍ରୁବ ତାରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract