STORYMIRROR

Abhakanta None

Tragedy Others

2  

Abhakanta None

Tragedy Others

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

1 min
13.6K


ତୁମେ ଥିଲା ବେଳେ

ତୁମେ ଥିଲାବେଳେ ସୂରୁଜ ବି ଥିଲା

ଥିଲା ବି ଜହ୍ନ ଗହଳି

ତୁମେଥିଲ ଋତୁ ସହିତ ସମୟ

ହେଉଥିଲେ କୋଳାକୋଳି

ତୁମେ ଥିଲାବେଳେ ଜିଦିଆ କୋଇଲି

ବୋଲୁଥିଲା କୁହୁକୁହୁ

ତୁମେ ଥିଲାବେଳେ ପ୍ରକୃତିର ଛନ୍ଦ

ହସୁଥିଲା ମୁହୁଃର୍ମୁହୁଃ

ତୁମେଥିଲ ଛାଆଁ ହେଉଥିଲା ହୃଦେ

ମହୁଆ ନିଶାଟା ବୋଳି -୧

ତୁମେ ଚୁପଚାପେ ଅଜଣା ରାଇଜେ

ଯେଦିନୁ ଯାଇଛ ସହୀ

ମନ୍ତର ପରାୟେ ଅନ୍ତରେ ଭରିଲା

ହତାଶାର ହୀମ ଛାଇ

ଘନ ସବୁଜିମା ପାଟକୁ ସାହାରା-

ଡହକ ଦେଲା ଗୋ ଗିଳି -୨

ଆଉ ଉଉଁନାହିଁ ସୂରୁଜ କି ଜହ୍ନ

କୋଇଲି ବୋଲୁନି କୁହୁ

ଋତୁଟା ସତେକି ବାଟ ଭୁଲିଗଲା

ଜାଣିପାରୁନାହିଁ ମୁଉଁ

ସେଦିନ ପରି ଏ ଜୀବନରେ ଝୁଙ୍କ

ହୋଇବନି ମତୁଆଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy