STORYMIRROR

ମିତା ପଟନାୟକ

Inspirational

3  

ମିତା ପଟନାୟକ

Inspirational

ମୋ ମାଟିର ଶିକ୍ଷକ

ମୋ ମାଟିର ଶିକ୍ଷକ

1 min
49


ସମୟ , ତିଥି ,ବାର 

ସବୁ କେମିତି ଖସି ଚାଲି ଯାଏ 

ବିନା ପ୍ରତିବାଦରେ 

ଜୀବନର ଅର୍ଧେକ ବଞ୍ଚି ଦେଲି 

ସେଇ ମାନଙ୍କ ସାଙ୍ଗରେ 

ଖେଳିଛି ଟୁକୁମୂଶୀ ,ଇଟିକିଲି ମିଟିକିଲି 

ଖେଳିଛି ବହୁ ଚୋରି ,କୁମ୍ଭୀର ପାଣି 

ଋଷିଲେ ମନେଇଛି ,କାନ୍ଦିଲେ ବୁଝେଇଛି 

ଜଟିଳ ବିଷୟକୁ ସରଳ କରିଛି 

ଜୀବନକୁ ସାମ୍ନା କରିବା 

ନିଜ ରାସ୍ତା ନିଜେ ତିଆରିବା 

ବଡ଼ଙ୍କୁ ସମ୍ମାନ 

ସାନଙ୍କୁ ସ୍ନେହ 

ବୋଧେ ମୁଁ ହିଁ ଶିଖେଇଚି 

ଦୁଃଖ ନାହିଁ ସରିଗଲା ମୋ ଆୟୁଷର ଅର୍ଦ୍ଧେକ 

ଅବଶୋଷ ନାହିଁ ଯଦିଓ 

ଆଜି ରିକ୍ତ ହସ୍ତା 

ତଥାପି ମୁଁ ପୂର୍ଣ୍ଣଗର୍ଭା 

ସେଥିପାଇଁ , ମୁଁସଗୌରବେ କହିବି 

ମୁଁ ଜଣେ ଶିକ୍ଷକ 

ପଥ ପ୍ରଦର୍ଶକ 

ଏକ ନିରୀକ୍ଷକ ,

ମଧୁ ବାବୁଙ୍କ ଠୁଁ ଶିଖିଚି ସ୍ବଦେଶୀ ପ୍ରୀତି 

ଫକୀର ମୋହନଙ୍କ ରେବତୀ ମୁଁ 

ଗୋପବନ୍ଧୁଙ୍କ ତ୍ୟାଗ 

କର୍ମବବୀର ଗୌରୀଶଙ୍କରଙ୍କ ସତ୍ୟତାକୁ 

ମୁଠେଇ ମୁଁ ସାଜେ ଶିକ୍ଷକ 

ଆଗାମୀ ପିଢ଼ିର ପଥିକ 

ମୁଁ ଏକ ଶିକ୍ଷକ...... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational