STORYMIRROR

Tushar Kanta Prasad

Inspirational

4  

Tushar Kanta Prasad

Inspirational

ମୋ ମାଟି

ମୋ ମାଟି

1 min
404

ପ୍ରଥା, ପରମ୍ପରା, କଳା ଓ ସଂସ୍କୃତି,

ମୋ ମାଟିର ପରିଚୟ।

ଆଧୁନିକତାର ପ୍ରଭାବରେ ମଧ୍ଯ,

ଘଟିନି ଯା'ର ବିଲୟ ।।


ଓଡ଼ିଆଣୀ ବୋହୂ ମଥାରେ ଓଢ଼ଣା,

ଦେହେ ଲଜ୍ଜା ଆଭୂଷଣ।

ରଜ ପୋଡ ପିଠା, ଅବା ମାଣବସା,

ପର୍ବ ବୋଇତ ବନ୍ଦାଣ।।


ନିଳାଚଳ ଧାମ ବିଶ୍ବରେ ସୁନାମ,

ଜଗନ୍ନାଥ ବିରାଜିତ।

କୋଣାର୍କ ଗାଉଛି ବଳିଦାନ ଗାଥା,

ଧରମା ଦାନ ମହତ।।


ପ୍ରସିଦ୍ଧ ହସ୍ତଶିଳ୍ପ, ନୃତ୍ୟକଳା ରେ,

ଯଶ ବିଶ୍ବ ଦରବାରେ।

ଲୋକପ୍ରିୟ ବରଗଡ ଧନୁଯାତ୍ରା,

ଯେ ମୁକ୍ତାକାଶ ମଞ୍ଚରେ।।


ଚିଲିକା ଶୋଭାକୁ ପକ୍ଷୀଙ୍କ କାକଳି,

ଯେବେ କରେ ମୁଖରିତ।

ଏ ମାଟି ସୌନ୍ଦର୍ଯ୍ୟ ହୁଏ ଦ୍ବିଗୁଣିତ,

କୋଟି ହୃଦ ଉଲ୍ଲସିତ।।


ଅମୃତ ସମାନ ମୋ ମାଟିର ଭାଷା,

ଏକତା ଯାହାର ରଜୁ।

ଅତିଥିଙ୍କୁ ମଣୁ ଇଶ୍ବର ସମାନ,

ସେବାରେ ତାଙ୍କର ଭିଜୁ।।


ନାମ ସଂକୀର୍ତ୍ତନ, ଭଜନ, ଜଣାଣ,

ଶୁଭେ ଜୟକାର ଧ୍ବନି ।

ବାର ମାସେ ଯହିଁ ତେର ବ୍ରତ, ଓଷା,

ଭକ୍ତି ପ୍ଲାବିତ ଅବନୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational