STORYMIRROR

Amulya Kumar Nayak

Inspirational

3  

Amulya Kumar Nayak

Inspirational

ମୋ ମାତୃଭାଷା

ମୋ ମାତୃଭାଷା

1 min
216


ମାଆ,ମାଟି,ମାତୃଭାଷା

ଯା'ହୃଦେ କରିଛି ବସା

ଯୋଗ୍ଯ ସନ୍ତାନରେ ସେହି

ମାଟି ପାଇଁ କାଳଜୟୀ (୧)


ଜନମରୁ ମାଆ କୋଳେ

ମାଆ ମାଆ ଡାକ ଭାଳେ

ପରିଜନେ ରହି ଶାନ୍ତି

ପାଏ ସେ ପ୍ରେମ ପୀରତି (୨)


ବାପା,ବଉ ଡାକ କହି

ଦାଦା,ଖୁଡି ପୁଣି ଭାଇ

ସଂସ୍କାର ତା ମୂଳଦୁଆ

ଭାଷା ପ୍ରାଣେ ସେ ଓଡିଆ (୩)


ସକାଳ,ସଂଜରେ ପୂଜା

ଭକତି ଯାହାର ଧ୍ବଜା

ଗୁରୁଜନେ ରଖି ଲୟ

ଦୁନିଆରେ ହୁଏ ଜୟ (୪)


ଅ'ଠାରୁ କ୍ଷ' ଯାଏ ପାଠ

ବର୍ଣ୍ଣବୋଧେ ହୁଏ ଚାଟ

ଭାଗବତ ଚଉତିଷା

କୁହଇ ଯାହାର ଭାଷା (୫)


ଏମିତି ଭାଷା ବା କାହିଁ

କହିଲେ ସୁଧା ଝରଇ

ପୂଣ୍ଯ ସେ ଉତ୍କଳ ଭୂଇଁ

ଧନ୍ଯ ମୁଁ ଜନମୀ ତହିଁ (୬)

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational