STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ମୋ ମାତୃଭାଷା

ମୋ ମାତୃଭାଷା

1 min
214

ମାତୃଭାଷା ମୋର କେଡେ ଆପଣାର

ସରଗଠୁ ବଡ ସେହି,

ଭାରି ମିଠା ସେହି ଭାଷାର ମମତା

ତାର ସମ କେହି ନାହିଁ

ମୁଁ ଯେ ଓଡିଆଣୀ ବୋଲି ଗର୍ବ କରେ

ମୋ ଭାଷାର ଟେକ ରଖି,

ଭାଷା ନଥିଲେ ଯେ ଭାବ ବିନିମୟ

ହୋଇଥାଆନ୍ତା କି ସଖୀ

ମାତୃଭାଷା ପ୍ରୀତି ଯା ହୃଦରେ ନାହିଁ

ସେ ଜନ ଗଣା ମୂର୍ଖରେ,

ଓଡିଆ ଭାଷାର ମାଧୁର୍ଯ୍ଯ ଯେ କେତେ

ମୁଢ କିବା ବୁଝିପାରେ

ମୋ ଭାଷା ମୋହର ପରିଚୟ ଅଟେ

ଏଇ ମାଟି ସ୍ବର୍ଗ ମୋର ,

ତା ପାଇଁ ଜୀବନେ ସଫଳ ଲଭିଛି

ସେବା କରି ମୋ ଭାଷାର

ଏଇ ମାଟି ଛୁଇଁ କେତେ ଜ୍ଞାନୀ ମୁନି

ଜନମ ଲଭିଲେ ସତେ,

ଓଡିଆ ଭାଷାର ପ୍ରଚାର ପ୍ରସାର

ପାଇଁ ପ୍ରାଣ ଦେଲେ କେତେ

କୋଟି ପ୍ରଣାମ ହେ ତୁମ ଚରଣରେ

ଓଡିଶାର ବୀର ସୁତ ,

ତୁମ ପ୍ରୟାସରେ ମାତୃଭାଷା ମୋର

ହୋଇଅଛି ଜନାଦୃତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract