ମୋ ମାଆ
ମୋ ମାଆ
ମୋ ମାଆ ପରି ଆଉ କେ ହେବ ଏ ସଂସାରେ
ଦେଇଛି ପରାଣ ମୋତେ ତାର ଗରଭରେ ll
ମୋତେ ଦେଖାଇଛି ସିଏ ଦୁନିଆ ଆଲୋକ
ସିଏ ମୋର ବନ୍ଧୁସଖା ପଥ ପ୍ରଦର୍ଶକ ll
ଯାହାର ପଣତକାନି ମୋ ଲୁହ ପୋଛଇ
ସବୁ କଷ୍ଟ ସହି ସିଏ ଶୁଭ ମନାଶଇ ll
ଏ ମହୀମଣ୍ଡଳେ ମୋ ମା' ପରି କେହି ନାହିଁ
ସେଇ ମାଆ ପାଦେ ଆଜି ମୋ ମଥା ନୁଅଁଇ ll
ମାଆ ଠାରୁ ମହିୟସୀ ନାହିଁ ଏ ଜଗତେ
ତାର ପାଦ ପଦ୍ମେ ଆସ ପୂଜିବା ସମସ୍ତେ ll