ମୋ ମାଆ
ମୋ ମାଆ
ମାଆର ମମତା ଭୁଲିତ ହୁଏନା
ଅଦୂରକୁ ଦେଲେ ଠେଲିି
ପିତାଙ୍କର କ୍ରୋଧ ପ୍ରକାଶିି ପାରେନା
ହୃଦେ ଦିଏ ତାର ଚାପିି ।
ଭାବିଲା ସେଦିନ ଅଭୁଲା ସ୍ମୃତିକୁ
ପୂରଣ କରିିିଛି ଆଜି
ସାରା ରାଇଜରେ ଏଇ ଜଗତରେ
କୁଆଡେ ଗଲା ସେ ହଜି ।
ମନେ ପଡେ ଆଜିି ଛୋଟ ବେଳର ସେ
ଅଳି ଆଉ ଅରଦଳି
ଗୋଧୂଳିରେ ଲୋଟି ଧୂୂୂଳି ହୁଏ ଛାଟି
ଶ୍ରବଣୀ ସୀମା ସ୍ମରଣେ ।
ଶାଖା ଠାରୁ ଶାଖା ଡେଉଁ ଥାଏ ପୁଣି
କୋଳିର ଆଶା ହରଷେ
ତୋ ଚାପୁଡ଼ା ମାଡ ମନେ ସାଜେ ବାଡ
ଉତଫୁଲ୍ଲିତ ମୋ ସାହସ ।
ସେହି ସ୍ମୃତିି ସବୁ ଗୋଟି ଗୋଟି କରିି
ମନେ ପଡୁୁୁଅଛି ଆଜି
ଫେରି ଆସିବକିି ସେହିି ସ୍ମୃତି ସବୁ
ପ୍ରଭାତ ଆକାଶେ ଆଜି ।
ମାଆ ତୋଅ ବିନା ଏଇ ଜଗତରେ
ଏକା ଏକା ଲାଗେ ମୋତେ
ବଞ୍ଚିବାକୁ ଆଉ ସାହସ ପାଉନି
ତୋ ବିନୁ ଏଇ ଜଗତେ ।
ହାତ ଧରି ଯଦିି ଚାଲିି ଶିଖାଇଲୁ
ଏଇ ଜଗତର ପଥେ
ଭଲମନ୍ଦ କଥା କହି ଚାଲିଗଲୁ
ତୁହି ଏ କାଳ ଗରତେ ।
ଶୂନ୍ୟବାଦି ଆଜିି ସଜାଇଲୁ ମୋତେ
ସଂସାର ଲାଗେ ଉଦାସ
ଛଳ ଛଳ ମୋର ଆଖି କରୁୁଅଛି
ମୁଖୁ ହଜିିଲାଣିି ହସ ।
ସାଙ୍ଗ ସାଥି ଆଉ ବନ୍ଧୁୁ ବାନ୍ଧବୀ ତୋ
ଲାଗୁଛନ୍ତି ଆଜି ପର
ମାଆ ତୁ ପୁଣିି ଫେରିିିିଆସି ମୋତେ
କରିଯାଆ ନିଜର ।
