STORYMIRROR

Dr.Priyadarshee Praharaj

Children

3  

Dr.Priyadarshee Praharaj

Children

ମୋ ଲକ୍ଷ୍ମୀ

ମୋ ଲକ୍ଷ୍ମୀ

1 min
135

ପ୍ରଭୁଙ୍କ ଆଶୀର୍ବାଦ ସାଜି ଆସିଥିଲୁ ତୁ,

କାଳକ୍ରମେ ଅତି ଯତନେ ଆପଣାର କରିନେଲୁ ତୁ।।

ଭିନ୍ନ ସ୍ଵଭାବ ଓ ଅପ୍ରୀତିକର ସର୍ତ୍ତ ବଦଳିନି ଯେ ତତେ,

ସମସ୍ତଙ୍କୁ ଆବୋରି ସ୍ନେହ ଢାଳିବାକୁ ମନ ତୋ ବିକଳ ସତେ।।

ଅଭିମାନର ଭାଷା କେତେଯେ, ଆଖିକୁ ତୋର ଜଣା,

ଭଲ ପାଇବା ଦେବାରେ, କିଞ୍ଚିତ ଭାବେ ହୋଇନୁ ତୁ ବାଟବଣା।।

ନିଷ୍କପଟ ଅଝଟ ତୋର ଆଜିବି କରେ ଛାତିକୁ ମୋ ବ୍ୟାକୁଳ,

ପାପୁଲିର ଥପ ଥପ ଶବଦରେ ହୁଏ ମନ ବିକଳ।।

ଛାଡିଯିବୁ କେବେ ବୋଲି ଭାବିନଥିଲି ମୁହିଁ,

ଝିଅ ମଣିଥିଲି, ତେବେ କାନ୍ଦିବି କଇଁ କଇଁ।।

ଉଦାସ ଭରା ଆଜି ଘର ତୋ ବିନା,

ସତରେ ଯେମିତି ଲକ୍ଷ୍ମୀ ଚାଲିଗଲେ କରି ଅଚିହ୍ନା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children