ମୋ କଟକ
ମୋ କଟକ
କଟକ ରେ ଜନ୍ମ ମୁହିଁ ଅଟେ କଟକିଆ
ସବୁଠାରୁ ଭଲ ଅଟେ ଏଇ ମୋ ଦୁନିଆ l
ମୋ ସହର ଅଟେ ପରା ଅଧିକ ସୁନ୍ଦର
ଜନ୍ମଭୂମି ଅଟେ ଏହି କଟକ ମୋହର l
ଓଡିଶା ର ରାଜଧାନୀ ପୂର୍ବେ ଏହା ଥିଲା
ଭୁବନେଶ୍ୱର ଯେ ପୁଣି ପଛରେ ହୋଇଲା l
ସିଲିଭର ସିଟି ବୋଲି ଜାଣନ୍ତି ସରବେ
ମିଲେନିୟମ ସିଟି ପୁଣି କହୁ ଯେ ଗରବେ l
ଓଡ଼ିଶାର ବଡ ନଦୀ ମହାନଦୀ ଜାଣ
କଟକ ରେ ପ୍ରବାହିତ ଆନିକଟେ ପୁଣ l
କାଠଯୋଡ଼ି, ମହାନଦୀ ମଝିରେ କଟକ
ଯିଏ ଆସେ ଏହିଠାରେ ହୁଅନ୍ତି ଅଟକ l
କଟକ ଚଣ୍ଡୀ ମା ପୁଣି ଏଠି ବିରାଜିତ
ଘଣ୍ଟ ଘୋଡେଇ ରଖିଛି କଟକ କୁ ସେତ l
ବାରବାଟୀ ଦୁର୍ଗ ଅଟେ ଓଡ଼ିଶାରେ ଖ୍ୟାତ
ଓଡ଼ିଶାରେ ନୁହେଁ ପୁରା ଦେଶରେ ବିଖ୍ୟାତ l
ଉଚ୍ଚ ନ୍ୟାୟଳୟ ପରା ଏହିଠାରେ ସ୍ଥିତ
କେତେ ଦୋଷୀ, ଅପରାଧୀ, ଏଠାରେ ଦଣ୍ଡିତ l
ବିଶ୍ୱବିଦ୍ୟାଳୟ ମଧ୍ୟେ ରେଭେନ୍ସା ବିଖ୍ୟାତ
ଏହିଠାରେ ପଢି କେତେ ହୋଇଛନ୍ତି ଖ୍ୟାତ l
ବାରବାଟୀ ଷ୍ଟାଡିଅମ ଓଡିଶା ମଧ୍ୟରେ
ବଡ ଷ୍ଟାଡିଅମ ବୋଲି ନ ଜାଣେ କିଏରେ l
କ୍ରିକେଟ ଖେଳ ପାଇଁଣ ଅଟେ ଏହା ଖ୍ୟାତ
ଭାରତୀୟ ଦଳ ଖେଳେ ବିଦେଶ ସହିତ l
ଧବଳେଶ୍ୱର ଘାଟ ଆଉ ଝୁଲା ପୋଲ ପାଇଁ
ଦେଖିବାକୁ ନିତି କେତେ ଆସିଥାନ୍ତି ଧାଇଁ l
ତାରକସୀ କାମ ପାଇଁ କଟକ ପ୍ରସିଦ୍ଧ
ନିଖୁଣ କାର୍ଯ୍ୟ କରନ୍ତି କାରିଗର ମଧ୍ୟ l
ଦହିବରା ଆଳୁଦମ କଟକିଆଙ୍କର
ପ୍ରସିଦ୍ଧ ଅଟଇ ପରା ରାଜ୍ୟର ଦେଶର l
ସାଲେପୁର ରସଗୋଲା ଦେଶ ଓ ବିଦେଶେ
ପସନ୍ଦ କରନ୍ତି ସର୍ବେ ମିଠାର ଯେ ବେଶେ l
ଦଶହରା ଦୁର୍ଗା ପୂଜା, ଆଉ କାଳୀ ପୂଜା
ପ୍ରସିଦ୍ଧ ପର୍ବ ପାଳନ୍ତି କରି ସାଜ ସଜ୍ଜା l
କଟକର ବାଲିଯାତ୍ରା ଦେଖିବା ପାଇଁକି
ପର୍ଯ୍ୟଟକ ରାଜ୍ୟ ଦେଶୁ ଆସନ୍ତି ଧାଇଁ କି l
ବୀର ସଂଗ୍ରାମୀ ଅଟନ୍ତି ନେତାଜୀ ସୁବାଷ
ଏଇଠାରେ ଜନ୍ମ ହୋଇ ଆଗେଇଲେ ଦେଶ l
ରକ୍ତ ଦିଅ ମୋତେ ତୁମେ ସ୍ୱାଧୀନତା ଦେବି
ଏହି କଥା କହିଥିଲେ କରି କେତେ ଦାବି l
ଉତ୍କଳ ର ମଣି ପୁଣି ଗୋପବନ୍ଧୁ ଦାସ
କଟକରେ ଜନ୍ମ ତାଙ୍କ ସର୍ବେ ହୃଦେ ବାସ l
ବିଜୁ ବାବୁ ଜନ୍ମସ୍ଥାନ ଅଟଇ ଯେ ଏହି
କେତେ ବୀରଜନ ପୁଣି ଜନ୍ମ ଯେ ଏଠାଇ l
ଲେଖୁଥିଲେ ସରିବନି ମୋ କଟକ କଥା
ପଢି ଶୁଣି ହୋଇଯିବ ତୁମ ମୁଣ୍ଡ ବ୍ୟଥା l
ଗରବ ରେ କୁହେ ମୁହିଁ ଅଟେ କଟକିଆ
ସରଳ ହୃଦୟ ଆଉ ମଣିଷପଣିଆ l
ଏ ଅଟେ ଆମର ଗୁଣ ସବୁଠୁ ନିଆରା
ସ୍ଥାନ ଦେଉ ହୃଦୟରେ ସଚ୍ଚା ମନ ପରା l
I
