STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ମୋ କାହାଣୀ

ମୋ କାହାଣୀ

1 min
154

ଜୀବନ ସାରଣୀ କହେ ଅନେକ କାହାଣୀ 

କେବେ ସୁନା ଫୁଲ କେବେ ରୁପା ଗଉଣୀ 

ଜୀବନଟା ସାରା ଭାବିଛି ନିଜକୁ ମୁଁ ରାଣୀ 

ସହିଛି ଅନେକ ଇର୍ଷା ଦ୍ୱେଷ ତଥାପି ଋଣୀ ।


ମୋ ଭିତରେ ମୁଁ ଲଭିଛି ଆର୍ଶୀବାଦର ମୁଣି 

ଯିଏ ଯାହା କହୁ ଦେହେ ନନେଇବଞ୍ଚିଛିପୁଣି

ପଇସା ନେଇଛି ଗଣି ପାଣି ପିଇଛି ଛାଣି 

ବିଶ୍ୱାସ ଭରସା ଦେଇଛି ରଖିଛି ହୃଦେ ଆଣି ।


ସହୃଦୟତା,ମାନବିକତା ଜୀବନ ମନ୍ତ୍ର ଜାଣି

ପଢିଛି,ଗଢ଼ିଛି,ଲେଖିଛି ଜୀବନଯନ୍ତ୍ରସାରଣୀ

କାହାଣୀ ଅନେକରେ ସଦା ଭଵେ ମୁଁ ରାଣୀ

କାର୍ଯ୍ୟକଳାପ ସଜାଡି ଆଗୁଆ ହେବାକୁ ପୁଣି ।


ମୋ ପାଖେପାଖେ ଅଛନ୍ତି ସ୍ରଷ୍ଟା ଈଶ୍ୱରଜାଣି

ଦୁଃଖ,ସୁଖକୁ ଅଙ୍ଗେ ଲିଭାଇ ଦେଖାଏଠାଣି 

ପଥପଦର୍ଶକ ମାର୍ଗଦର୍ଶକ ପିତୃପୁରୁଷ ପୁଣି 

ନୀତିନିୟମ ଭିତରୁ ବାହାରି ଯାଇନି ଜାଣି ।


ସମୟାନୁବର୍ତ୍ତୀ ମନ୍ତ୍ରକୁ ଆଦରି କରିଛି ମୁଣି 

ଆଜି କାମ ଆଜି କରି ରକ୍ତକୁ କରିଛି ପାଣି 

ପୁଅ ଝିଅ ପାର୍ଥକ୍ୟ ଦେଖେନା ମୁଁ ସିଆଣୀ 

ହୃଦୟେ ଭରିଛି ପୂର୍ଣ୍ଣ କଳସୀ, ହେଇ ଗୁଣୀ ।


ଜ୍ଞାନଗୁଣର ଆଦର କରିଛି କେତେକେଜାଣି

ମୋ ଜୀବନ କାହାଣୀ ଭିତରେ ମୁଁ ବନ୍ଦିନୀ 

ମରିଗଲାପରେ କୁହନାଥିଲା,ଶବ୍ଦଚୋରଣୀ

ସାହିତ୍ୟକୁ ଭଲପାଇ ଚାଲିଗଲା ଭାଷାବିନ୍ଧଣୀ

ଏଇ ସ୍ୱଳ୍ପ ଅଳ୍ପ ଗଳ୍ପ ମୋ ଜୀବନ କାହାଣୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract