ମୋ କାହାଣୀ
ମୋ କାହାଣୀ
ଜୀବନ ସାରଣୀ କହେ ଅନେକ କାହାଣୀ
କେବେ ସୁନା ଫୁଲ କେବେ ରୁପା ଗଉଣୀ
ଜୀବନଟା ସାରା ଭାବିଛି ନିଜକୁ ମୁଁ ରାଣୀ
ସହିଛି ଅନେକ ଇର୍ଷା ଦ୍ୱେଷ ତଥାପି ଋଣୀ ।
ମୋ ଭିତରେ ମୁଁ ଲଭିଛି ଆର୍ଶୀବାଦର ମୁଣି
ଯିଏ ଯାହା କହୁ ଦେହେ ନନେଇବଞ୍ଚିଛିପୁଣି
ପଇସା ନେଇଛି ଗଣି ପାଣି ପିଇଛି ଛାଣି
ବିଶ୍ୱାସ ଭରସା ଦେଇଛି ରଖିଛି ହୃଦେ ଆଣି ।
ସହୃଦୟତା,ମାନବିକତା ଜୀବନ ମନ୍ତ୍ର ଜାଣି
ପଢିଛି,ଗଢ଼ିଛି,ଲେଖିଛି ଜୀବନଯନ୍ତ୍ରସାରଣୀ
କାହାଣୀ ଅନେକରେ ସଦା ଭଵେ ମୁଁ ରାଣୀ
କାର୍ଯ୍ୟକଳାପ ସଜାଡି ଆଗୁଆ ହେବାକୁ ପୁଣି ।
ମୋ ପାଖେପାଖେ ଅଛନ୍ତି ସ୍ରଷ୍ଟା ଈଶ୍ୱରଜାଣି
ଦୁଃଖ,ସୁଖକୁ ଅଙ୍ଗେ ଲିଭାଇ ଦେଖାଏଠାଣି
ପଥପଦର୍ଶକ ମାର୍ଗଦର୍ଶକ ପିତୃପୁରୁଷ ପୁଣି
ନୀତିନିୟମ ଭିତରୁ ବାହାରି ଯାଇନି ଜାଣି ।
ସମୟାନୁବର୍ତ୍ତୀ ମନ୍ତ୍ରକୁ ଆଦରି କରିଛି ମୁଣି
ଆଜି କାମ ଆଜି କରି ରକ୍ତକୁ କରିଛି ପାଣି
ପୁଅ ଝିଅ ପାର୍ଥକ୍ୟ ଦେଖେନା ମୁଁ ସିଆଣୀ
ହୃଦୟେ ଭରିଛି ପୂର୍ଣ୍ଣ କଳସୀ, ହେଇ ଗୁଣୀ ।
ଜ୍ଞାନଗୁଣର ଆଦର କରିଛି କେତେକେଜାଣି
ମୋ ଜୀବନ କାହାଣୀ ଭିତରେ ମୁଁ ବନ୍ଦିନୀ
ମରିଗଲାପରେ କୁହନାଥିଲା,ଶବ୍ଦଚୋରଣୀ
ସାହିତ୍ୟକୁ ଭଲପାଇ ଚାଲିଗଲା ଭାଷାବିନ୍ଧଣୀ
ଏଇ ସ୍ୱଳ୍ପ ଅଳ୍ପ ଗଳ୍ପ ମୋ ଜୀବନ କାହାଣୀ ।।
