STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମୋ ଜନମ ଭୂଇଁ

ମୋ ଜନମ ଭୂଇଁ

1 min
13.5K


ସୁଧାକର ରାଉତ

ଓଡ଼ିଶା ମୋର ଜନମ ଭୂଇଁ

ଜଗତେ ତା’ର ତୁଳନା ନାହିଁ

ଅଟେ ସେ ସ୍ନେହମୟୀ

ମାଟିରେ ତା’ର ଫଳଇ ସୁନା

ସେ ଯେ ଅମୃତମୟୀ

ମହୋଦଧି ତା’ ଚରଣ ଧୁଏ

କେତେ ନଦୀ ତା’ ବୁକୁରେ ବହେ

ତା’ର ଜଳ ରକତ

ଶରୀରେ ମୋର ଥାଇ ରଖିଛି

ମୋତେ ପରା ଜୀବିତ

ରତ୍ନଗର୍ଭା ମୋ ଉତ୍କଳ ଭୂଇଁ

ଖଣିଜ ସଂପଦେ ଭରାଅଟଇ

ତା’ର ସଦୁପଯୋଗ

କରିଣ ଆମେ ଦେଖାଇ ଦେବା

ଆମେ ନୁହେଁ ଗରିବ

ବାରବାଟୀ ଗାଏ ଯା’ର ଯଶ

କୋଣାରକର କଳା ଅଶେଷ

କାରୁ କାର୍ଯ୍ୟ ମନ୍ଦିରେ

ଦେଖିଲେ ଆଖି ରହଇ ଲାଖି

ବାକ୍ୟ ମୁଖେନ ସ୍ପୁରେ

ତା’ର ବାଜିଆ ତା’ର ଧରମା

ବାଳୁତ ବେଳୁ କରିତ କର୍ମା

ଜାତିପାଇଁ ଜୀବନ

ଦେଇ ରଖିଲେ ମାତୃଭୂମିର

ମାନ ଓ ସନମାନ

ଗୋପବନ୍ଧୁ ଉତ୍କଳର ମଣି

ମଧୁବାବୁ ସୁଭାଷ କାହାଣୀ

ଲେଖା କାଳ ବକ୍ଷରେ

ଅଲିଭା ହୋଇ ରହିବ ସଦା

ଆମ ଏ ଦେଶରେ

ମୋ କୁନା, କୁନି, ଭଉଣୀ ଭାଇ

ଆଜ ଦିନରେ ଏକାଠି ହୋଇ

କରିବା ଏ ଶପଥ

ଭଲ ମଣିଷ ହେବା ଜୀବନେ

ଅନୁସରି ସତ୍ୟ ପଥ । ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics