Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Tragedy Classics Inspirational

3  

Sudeshna Pradhan

Tragedy Classics Inspirational

ମୋ ଜୀବନ ଗୀତ

ମୋ ଜୀବନ ଗୀତ

1 min
208


ମୋ ଜୀବନ ଗୀତ ସାଦାକାଗଜରେ              

ଲେଖିଲି ବୋଲି ମୁଁ କେ ଦେଖିଲେ ନାହିଁ,   

କାଗଜ ମଲାଟ ଯଦି ରଂଗାୟିତ,               

ହେଇଥାନ୍ତା କାଳେ କେ ଖୋଲନ୍ତା ତହିଁ |     

ସାଗର ଢେଉରେ ଯେତେ ବଢିଲେ ଵି,           

ପଛକୁ ଫେରଇ କୂଳେ ବାଧାପାଇ,         

ସେଇ ସାଗର ଵି ସଗର୍ଭରେ ନେଇ,              

ପହଞ୍ଚାଇ ଦିଏ ପତା ମିଳେନାହିଁ |       

ଫଳହୀନ ବୃକ୍ଷ କେତେ ମୂଲ୍ୟବାନ,              

ନିଦାଘେ ପଥିକ ବୁଝିପାରେ ସିନା,        

ଭାସି ଯାଉଥିବା ସୁଅରେ ଜୀବଟି,               

କୁଟାଖିଅଟିରେ ରଖଇ ଭାବନା |        

ସବୁଦେଲ ଯାହା ଲୋଡ଼ାଥିଲା କେତେ,          

ସବୁରି ମୂଳରେ ଶାନ୍ତି ନ ମିଳିଲା,           

ସବୁବେଳେ ଖାଲି ଅଶାନ୍ତି ଅଶାନ୍ତି,              

ମନ ମଧ୍ୟେ ଖାଲି ଝଡ଼ ସୃଷ୍ଟି କଲା |        

ରାଜସୁଖ ସିନା ଥିଲେ ସେଠି ପ୍ରଜା,              

ପ୍ରଜାବିନା ରାଜ୍ୟ କି ହୋଇବ ଭଲା,      

ସଂସାର ତୁମର ତୁମେ ମାୟାଧର,               

ସବୁ ମାୟା ଏଠି ତୁମ କରା ପାଲା |       

ନାଟକ ରଚିଛ ଏ ରଙ୍ଗମଞ୍ଚରେ,                  

କେତେ କଳାକାର ବିଭିନ୍ନ ଢଙ୍ଗରେ,    

ହାରି ଯାଇଛି ମୁଁ, ଆହେ ହରିହର,                

ମିଶାଅ ମୋ ଆତ୍ମା ତୁମ ଶ୍ରୀ ଅଙ୍ଗରେ |


Rate this content
Log in

Similar oriya poem from Tragedy