STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ମୋ ଜଗାବଳିଆ

ମୋ ଜଗାବଳିଆ

1 min
362


ଭକ୍ତ ଭଗବାନ  ଅପୂର୍ବ ମିଳନ

  ପାଇଁ ଏ ରଥ ଯାତରା,

 ଚଉଦ ବ୍ରହ୍ମାଣ୍ଡ  ଚାହିଁ ରହିଥା'ନ୍ତି

  ପ୍ରଭୁଙ୍କ ଏ ଦିବ୍ୟ ଲୀଳା।୧।

 ଆଷାଢ଼ ଶୁକଳ ଦ୍ଵିତୀୟା ତିଥିର

   ପବିତ୍ର ଏ ରଥଯାତ

 ଚତୁର୍ଦ୍ଧା ମୂରତି  ବିଜେ କରିଥା'ନ୍ତି

   ତିନି ଦିଅଁ ତିନି ରଥ।୨।

 ପତିତପାବନ  ବାନା ଉଡାଉଛ

    ପତିତ ତାରଣ ପାଇଁ

 ପତିତ ଉଦ୍ଧାର  ପାଇଁ ଜଗନ୍ନାଥ

   ରଥେଥା'ନ୍ତି ବିଜେ ହୋଇ।୩।

 ଗୋଟି ପହଣ୍ଡିରେ ଆସନ୍ତି ଠାକୁରେ

    ଆହାକି ଅପୂର୍ବ ଠାଣି,

 ଆଗେ ବଳଦେବ ମଝିରେ ସୁଭଦ୍ରା

    ପଛେ ପ୍ରଭୁ ଚକ୍ରପାଣି।୪।

 ଧନ୍ୟ ଚାରମାଳ ଅଟ ତାଳ ଫାଳ

    ଯୋଚାଯାଇ ମାଳ ମାଳ,

 କେଉଁ ତପଫଳେ ପ୍ରଭୁ ପାଦତଳେ

    ବିରାଜିତ କାଳ କାଳ।୫।

  ଠାକୁର ରାଜନ କରିବେ ମାର୍ଜନ

    ସୁବର୍ଣ୍ଣ ସମାର୍ଜନୀରେ

  ମହାନ ସଂସ୍କୃତି  ଉତ୍କଳର ରୀତି

    ସମନାହିଁ ଧରା ତଳେ।୬।

  ଆଗେ ବଳଦେବ ନନ୍ଦିଘୋଷ ରଥେ

     ସୁଭଦ୍ରା ଦେବଦଳନେ

  ପଛରେ ଆସନ୍ତି  ନନ୍ଦିଘୋଷ ଚଢ଼ି

     ଜଗନ୍ନାଥ ହର୍ଷ ମନେ।୭।

  ଭାରତ ବର୍ଷରେ ଉତ୍କଳ ସଂସ୍କୃତି

      ଅଟଇ ଅତି ମହାନ,

   ଉତ୍କଳର ନାଥ  ସ୍ୱୟଂ ଜଗନ୍ନାଥ

      ବିଜେ ରତ୍ନ ସିଂହାସନ।୮।

   ଜାତି,ଧର୍ମ,ବର୍ଣ୍ଣ  ନିର୍ବିଶେଷରେ

      ହୋଇଛନ୍ତି ସର୍ବେ ଠୁଳ

   ରଥେ ବିଜେ କରି ଦେବେ ଦରଶନ

       ଭକତଙ୍କୁ ଆଦିମୂଳ।୯।

   ସାତଦିନ ଅନ୍ତେ ଜନ୍ମବେଦୀ ଛାଡ଼ି

       ବାହୁଡ଼ିବେ ବନମାଳୀ 

   ବାଇ ଠାକୁରାଣୀ ବାଇଆ କଲେଣି

     ହେରା ପଞ୍ଚମୀରେ ମିଳି।୧୦।

   ବାଟରେ ମାଉସୀ ମା'ଅର୍ଦ୍ଧଶୋଷିଣୀ

      ଖୁଆଇବେ ପୋଡପିଠା

  ଅତି ସରାଗରେ ଭାଇ ଭଗ୍ନୀ ମେଳେ

     ଖାଇବେ ଆନନ୍ଦେ ପିଠା।୧୧।

  ବାହୁଡ଼ା ଯାତ୍ରାରେ ବହୁଡ଼ିଲେ ଜଗା

       ବାହୁଡ଼ା ଦଶମୀ ଦିନ,

  ଏକାଦଶୀ ଦିନ  ସୁନାବେଶ ହେବେ

       ରଥରେ କଳାବାମନ।୧୨।

   ଅନାଇଁ ଥାଆନ୍ତି ଅଶରିରୀ ଗଣ

       ପାଇବେ ଅଧର ପଣା 

   ପାର୍ଶ୍ଵ ଦେବାଦେବୀ  ସକଳ ଜୀବର

      ପୂରାଅ ମନ କାମନା।୧୩।

   ଚତୁର୍ଦ୍ଦଶୀ ଦିନ   ବଡ଼ ଦେଉଳକୁ

      ବିଜେହେବେ ଜଗନ୍ନାଥ

   ମାଆ ସାଆନ୍ତାଣୀ ଦେଇଣ କିଳଣି

     ଓଗାଳିବେ ପ୍ରଭୁ ପଥ।୧୪।

   ଲକ୍ଷ୍ମୀ ନାରାୟଣ କଳି ହେବ ଜାଣ

      ବିଚିତ୍ର ମାନବ ଲୀଳା।

   ରସଗୋଲା ଦେଇ ମାଆ ମନ ତୋଷି

      ପ୍ରବେଶିବେ ଚକାଡୋଳା।୧୫।


Rate this content
Log in

Similar oriya poem from Inspirational