ମୋ ହୃଦୟେ ଗୁରୁ
ମୋ ହୃଦୟେ ଗୁରୁ
ଥିଲି ଶୁଷ୍କ ତରୁ ପଲ୍ଲବୀତ ହେଲି
ତୁମରି ପରସ ପାଇ l
ମୋ ଜୀବନ ସାଦା କାଗଜରେ ତୁମେ
ସୁନ୍ଦର ଚିତ୍ର ଦେଇ l
ମୋପରି କେତେ ଯେ ମଣିଷ ଗଢିଛ
ଗଣି କି ପାରିବି ମୁହିଁ l
କି କହିବି ଗୁରୁ ତୁମରି ମହିମା
ମୁଖେ ଭାଷା ନାହିଁ l
ଆଦ୍ୟ ଗୁରୁ ସିନା ଜନ୍ମଦାତ୍ରୀ ମୋର
ଦ୍ଵିତୀୟେ ପିତା ମୋହରି l
ତୃତୀୟ ଗୁରୁ ଯେ ଶିକ୍ଷକ ମୋହର
ହେବକିଏ ତାଙ୍କ ସରି l
ମନମାନସ ରେ ତାଙ୍କ ଛବି ଯେବେ
ମନ ପଡ଼ିଯାଏ କ୍ଷଣେ l
ନୟନ କୋଣରୁ ଜଳ ବିନ୍ଦୁ ଝରେ
ନୀରବରେ ଅନୁ କ୍ଷଣେ l
ଅବାଟ ରେ ଗଲେ ତୁମରି ଆକଟ
ଆମରି କଲ୍ୟାଣେ ମନ l
ଭଲ ଚାଟ ଗଢି ରାଷ୍ଟ୍ର ଗଢିବାରେ
ତୁମ ଭୂମିକା ମହାନ l
ଆମ ସଂସ୍କୃତି ଏ ପବିତ୍ର ସମ୍ପର୍କ
ଚିରକାଳ ଥିବ ରହି l
ଗୁରୁଶିଷ୍ୟ ପରମ୍ପରା କୁ ଆମେ ଯେ
ହୃଦେଥିବା ଯେବେ ବହି l
