STORYMIRROR

Sunanda Mohanty

Tragedy Classics Thriller

3  

Sunanda Mohanty

Tragedy Classics Thriller

ମୋ ହୃଦ ସ୍ପନ୍ଦନରେ କଳାଶ୍ରୀମୁଖ

ମୋ ହୃଦ ସ୍ପନ୍ଦନରେ କଳାଶ୍ରୀମୁଖ

1 min
164


ପ୍ରତିଟି ନିଶ୍ୱାସରେ ତୁମେ

ପ୍ରତିଟି ବିଶ୍ୱାସରେ ତୁମେ

ତୁମେ ସ୍ପନ୍ଦନରେ କଳାମୁଖ

ତୁମେ ଜୀବନରେ କଳାଶ୍ରୀମୁଖ

ପ୍ରତିଟି ପଦଧ୍ବନିର ଝଙ୍କାରେ ତୁମେ

ତୁମେ ହୃଦୟ ସିଂହାସନେ

ତୁମ ନୀଳମଣି କାନ୍ତି ଦେଇପାରେ ଶାନ୍ତି

ତୁମ ନିର୍ମାଲ୍ୟ ତୁଣ୍ଡରେ ତୁଣ୍ଡି ହୋଇ ରହୁ

ବାଟ ହୁଡ଼ି ଝୁଣ୍ଟି ନପଡି ଚାଲୁଥାଉ ମହାବାହୁ

ତୁମେ ଗୋପାଲୁଣି ରାଧାର ଶ୍ରଦ୍ଧାରେ

ତୁମେ ଯଶୋଦା ଦେବକୀ ଆତ୍ମାରେ

ତୁମେ ମୀରା ହୃଦୟ ବେଭାର

ମାଣିକ ଗଉଡ଼ୁଣୀ ହୃଦେ ଶୀତଳ ଚାଦର

ତୁମେ ସାଇଁ କାହା ପାଇଁ

ଯିଏ ହୃଦ ସ୍ପନ୍ଦନରେ ତୁମ ନାମ ଲେଖିଦେଇ

ଡାକୁଥାଏ କଲାମାଣିକ

ମୋ ରତ୍ନ ସିନ୍ଦୁକ

ମୋ ଭକ୍ତି ବଣିକ

ତା କଥା ନଶୁଣ କିମ୍ପାଇ

ବୋଧହୁଏ ପରୀକ୍ଷାରେ ଉତୀର୍ଣ୍ଣ ହେବାପାଇଁ

ମୋର ସେ ସୌଭାଗ୍ୟ କାହିଁ

ତଥାପି ତୁମକୁ ହୃଦୟ ଭିତରେ ରଖିଛି

ଟୋପେ ଲୁହ ଦେଇ

ପାରିବତ ଲୁହ ନେଇ ହସ ଦେଇ

ମୋ ସାଆନ୍ତ ହୃଦେ ଏମିତି ଥାଅ ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy