ମୋ ହାତେ ବନ୍ଧନର ଡୋର
ମୋ ହାତେ ବନ୍ଧନର ଡୋର


ମୋ ହାତେ ହସୁଛି ବନ୍ଧନର ଡୋର
ସ୍ନହେ, ଶ୍ରଦ୍ଧା ,ପ୍ରେମକୁ କରି ଆଧାର
ଚନ୍ଦନ ଟିପାକୁ କକୁମ ମଧୁର
ମୁଖେରେ ଭରିଦିଏ ହାତରେ ତାର ।
ନୟନୁରୁ ଝରେ ଖୁସିର ଲୋତକ
ଭଉଣୀ ମୁଖରେ ଫୁଟିଲେ ହସ
ବରଷ ଜାକର କଳିର ଆସର
ହସି ହସାଏ ଏହି ବନ୍ଧନର ଡୋର ।
ରାଗ ରୁଷା ପୁଣି ମନ ମନାନ୍ତର
ସୁବୁ ତୁଚ୍ଛା ହୁଏ ରାଖି ପୂର୍ଣ୍ଣିମାର
ମୋ ହାତେ ହସୁଛି ବନ୍ଧନର ଡୋର
ସ୍ନହେ, ଶ୍ରଦ୍ଧା ,ପ୍ରେମକୁ କରି ଆଧାର........
ତିନି ଅକ୍ଷର
ନାମଟି ତାର
ରହିଛି କେତେ
ସ୍ନେହ ଆଦର
ସିଏ ତ ଚାନ୍ଦ ମୁହିଁ,
ଅତି ସୁନ୍ଦର
ସେହି ଶବ୍ଦ ଟି
ମୋତ
ି ମାଣିକ
ତାର ନାମଟି
ହସେ ମୋ ପାଖେ ରହି ......
ଭାରି ଗେହ୍ଲେଇ
ମୁହଁ ଫୁଲେଇ
ନାକ ଅଗରେ
ତାହାରି ରାଗ
କାନ୍ଦେ ସେ କଇଁ ,କଇଁ
ସିଏ ହସିଲେ
ଅଗଣା ହସେ
ସିଏ ଋଷିଲେ
ଘର ମୋ ବାସେ
ସେ ମୋ ନୟନ ଦୁଇ........
ରାକ୍ଷୀ ପୂର୍ଣ୍ଣିମା
ଲାଗେ ଚନ୍ଦ୍ରମା
ହାତରେ ମୋର
ସ୍ନେହର ଡୋର
ବାନ୍ଧଇ ପ୍ରତି ବର୍ଷ ,
ସିଏ ତ ମୋର
ସରଗ ଶଶୀ
ତାର ଖୁସିରେ
ଯାଏ ମୁଁ ଭାସି
ମେଣ୍ଟେ ମୋହରି ଶୋଷ......
ଛୋଟରୁ ବଡ଼
ହୋଇଛୁ ଦୁହେଁ
ଦୁଃଖ ସେ କଲେ
ଅଶ୍ରୁ ମୋ ବହେ
ସିଏ ମୋ ସୁନା ନାଖି,
କଳି ଝଗଡା
କେତେ ଯେ ପୁଣି
ଲାଗୁତ ଆମେ
ଭାଇ ଭଉଣୀ
ମା' କୁ ତ ସାକ୍ଷୀ ରଖି .....।